ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ଛାତ୍ରୀଙ୍କୁ ଅସଦାଚରଣ ମାମଲା, ପ୍ରଧାନ ଶିକ୍ଷକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ,୨୮/୭ :  କୋଟଗଡ ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ  କରିବା ମାମଲାର  ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ   ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ l ଜରିମାନା ଅନାଦେୟ   ଅଧିକ ୪ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ  ରାୟରେ ଉଲ୍ଲେଖ କରିଛନ୍ତି।

 ସୂଚନା ମୁତାବକ ୨୦୧୪ ମସିହା ଜାନୁଆରୀ ୬ ତାରିଖ ସନ୍ଧ୍ୟା ୭ ଟା ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଛାତ୍ରୀ ଜଣଙ୍କୁ  ନିଜ ଘରକୁ ଡାକି ଥିଲେ l ତାଙ୍କୁ ଘରୋଇ କାମ କରାଇବା ସହିତ ତାଙ୍କୁ ଅସଦାଚରଣ  କରିଥିଲେ। ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ଛାଡି ଦେଇଥିଲେ । ୧୩ ତାରିଖରେ ପିଡିତା ଛାତ୍ରୀ ଜଣକ ନିଜ ଘରକୁ ଆସି  ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ  କହିଥିଲେ। ସେହି ଦିନ ହିଁ ପରିବାର ଲୋକଙ୍କ ସହ କୋଟଗଡ ଥାନାକୁ ଯାଇ ପିଡିତା  ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୋଟଗଡ  ପୁଲିସ ୩/୧୪ ରେ ଏକ ମାମଲା ରୁଜୁ  କରିଥିଲା। ଆଜି ଏହି ମାମଲାର ଶୁଣାଣୀ କରି ପୋକସୋ କୋର୍ଟ ବିଚାରପତି ରାଜେଶ ଦାସ ୧୬ ଜଣ ସାକ୍ଷୀ ଏବଂ ପିଡିତାଙ୍କ ବୟାନକୁ ଭିତ୍ତିକରି ପ୍ରଧାନ ଶିକ୍ଷକଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.