ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

୨୫୦ ରାଲି, ହେଲିକପ୍ଟରରେ ପ୍ରଚାର ପରେ ବି ମିଳିଳା କେବଳ ୪ ଆସନ…ବିହାରରେ ତେଜସ୍ବୀଙ୍କ ଠାରୁ କଂଗ୍ରେସର ଷ୍ଟ୍ରାଇକ୍‌ ରେଟ୍‌ ଅଧିକ

Image Courtesy: aajtak

ପାଟନା: ଲୋକସଭା ନିର୍ବାଚନରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ସବୁ ବଳ ଖଟାଇ ଦେଇଥିଲେ ।୨୫୦ରୁ ଅଧିକ ରାଲି ଏବଂ ଜନସଭା କରିଥିଲେ । ହେଲିକପ୍ଟରରେ ବୁଲି ବୁଲି ନିର୍ବାଚନ ପ୍ରଚାର ବି କରିଥିଲେ ତେଜସ୍ବୀ । ହେଲେ ୨୩ରୁ କେବଳ ୪ ଆସନରେ ଆରଜେଡି ବିଜୟୀ ହୋଇଛି । ଆରଜେଡି ଠାରୁ କେବଳ ସିପିଆଇ ଏବଂ ସିପିଏମ ଖରାପ ପ୍ରଦର୍ଶନ କରିଛନ୍ତି । ଏହି ଦୁଇ ଦଳ ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଥିଲେ ଏବଂ ପରାସ୍ତ ହୋଇଛନ୍ତି । ଆରଜେଡି ପାଟଳିପୁତ୍ର, ଜାହାନବାଦ, ଔରଙ୍ଗାବାଦ ଏବଂ ବକ୍ସର ଲୋକସଭା ଆସନରେ ବିଜୟ ହାସଲ କରିଛି ।

 ୪୦ ଲୋକସଭା ଆସନ ବିଶିଷ୍ଟ ବିହାରରେ ଆରଜେଡି ୨୩, କଂଗ୍ରେସ ୯, ଲେଫ୍ଟ ୫ ଏବଂ ମୁକେଶ ସହାନୀଙ୍କ ଦଳ ଭିଆଇପି ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା ।ସେଥିମଧ୍ୟରୁ ଆରଜେଡିକୁ ୪, କଂଗ୍ରେସକୁ ୩ ଏବଂ ଲେଫ୍ଟ ୨ଟି ଆସନରେ ବିଜୟୀ ହୋଇଛି ।ସେପଟେ ବିଜେପି ଏବଂ ଜେଡିୟୁ ୧୨-୧୨ ଆସନରେ ବିଜୟୀ ହୋଇଥିବା ବେଳେ ଚିରାଗ ପାସଓ୍ବାନଙ୍କ ଦଳ ଏଲଜେପି ଖାତାକୁ ଯାଇଛି ୫ଟି ଆସନ । ଏଥର ଲୋକସଭା ନିର୍ବାଚନରେ ତେଜସ୍ବୀ ଯାଦବ ଲଗାତାର ବେରୋଜଗାର ଏବଂ ମହଙ୍ଗା ମାଡ଼ ପ୍ରସଙ୍ଗ ଉଠାଇଥିଲେ ଏବଂ ତାଙ୍କ ରାଲିରେ ଲୋକଙ୍କ ଭିଡ଼ ଖୁବ ଜମିଥିଲା ।କିନ୍ତୁ ଏହା ନିର୍ବାଚନୀ ଫଳାଫଳରେ ପ୍ରତିଫଳିତ ହେଲା ନାହିଁ ବରଂ ବିହାରରେ ମୋଦୀ ମ୍ୟାଜିକ କାମ ଦେଲା ।

 ସବୁଠୁ ବଡ଼ କଥା ହେଉଛି, ଗତ କିଛି ବର୍ଷ ହେଲା ଆରଜେଡିର ସହଯୋଗୀ କଂଗ୍ରେସ ଏଥର ବହୁତ ଭଲ ପ୍ରଦର୍ଶନ କରିଛି ।୩୩ ପ୍ରତିଶତ ଷ୍ଟ୍ରାଇକ୍‌ ରେଟ୍‌ ସହ ୯ ଆସନରୁ ୩ ଆସନରେ ବିଜୟ ହାସଲ କରିଛି କଂଗ୍ରେସ । ସେପଟେ ନିର୍ବାଚନରେ ଆରଜେଡିର ସବୁଠୁ ଅଧିକ ଭୋଟ ଶେୟାର ୨୨.୧୪ ପ୍ରତିଶତ ରହିଛି। ସେହିଭଳି ବିଜେପିର ଭୋଟ ଶେୟାର ୨୦.୫୨ ପ୍ରତିଶତ ଥିବା ବେଳେ ଜେଡିୟୁର ୧୮.୫୨ ପ୍ରତିଶତ ଭୋଟ୍‌ ଶେୟାର ରହିଛି । ଆରଜେଡିର ଭୋଟ ଶେୟାର ଅଧିକ ଥିଲେ ସୁଦ୍ଧା ବିଜୟ ହାର ଖୁବ କମ୍‌ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.