ନୂଆଦିଲ୍ଲୀ : ଗତ ବର୍ଷ ଦିଲ୍ଲୀର ବିଭିନ୍ନ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ହୋଇଥିବା ମୋଟ ୮୮,୬୨୮ ଜଣଙ୍କ ମୃତ୍ୟୁ , ପାଖାପାଖି ୨୪ ପ୍ରତିଶତ ସଂକ୍ରମଣ ଓ ପରଜୀବୀ ରୋଗ ଯୋଗୁଁ ହୋଇଥିଲା। ଏହାର କାରଣ ଥିଲା କଲେରା , ଡାଇରିଆ , ଟିବି ଓ ହେପାଟାଇଟିସ୍- ରୋଗ। ଦିଲ୍ଲୀ ସରକାରଙ୍କର ଏକ ରିପୋର୍ଟରେ ଏହି ସୂଚନା ଦିଆ ଯାଇଛି।
ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ମେଡିକାଲ ସାର୍ଟିଫିକେଟ୍ ଅଫ୍ ମୃତ୍ୟୁ ( ଏମସିସିଡି) ରିପୋର୍ଟ -୨୦୨୩ କହିଛି ଯେ , ଗତବର୍ଷ ଦିଲ୍ଲୀର ଡାକ୍ତରଖାନା କିମ୍ୱା ପ୍ରତିଷ୍ଠାନରେ ମୋଟ ୮୮,୬୨୮ ମୃତ୍ୟୁ ହୋଇଥିଲା। ଏଥିରୁ ପ୍ରାୟ ୨୧,୦୦୦ ଲୋକ ସଂକ୍ରାମକ ଓ ପରଜୀବୀ ରୋଗ ଯୋଗୁଁ ପ୍ରାଣ ହରାଇ ଥିଲେ।
ରିପୋର୍ଟ ଅନୁସାରେ , ୨୦୨୩ ମସିହାରେ କର୍କଟ (କ୍ୟାନସର) ଓ ଅନ୍ୟ ସମ୍ୱନ୍ଧିତ ରୋଗ କାରଣରୁ ହସ୍ପିଟାଲ ଗୁଡ଼ିକରେ ୬,୦୫୪ ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟା ୨୦୨୨ ମସିହାରେ ରେକର୍ଡ କରାଯାଇ ଥିବା କ୍ୟାନସର ଓ ଅନ୍ୟ ସମ୍ୱନ୍ଧିତ ରୋଗ କାରଣରୁ ହୋଇଥିବା ୫,୪୦୯ ମୃତ୍ୟୁ ଅପେକ୍ଷା ପାଖାପାଖି ୧୨ ପ୍ରତିଶତ ଅଧିକ ରହିଛି।
୨୦୨୩ ମସିହାରେ ଶିଶୁଙ୍କ ମାମଲାରେ ସର୍ବାଧିକ ଶିଶୁ ମୃତ୍ୟୁ ( ୧,୫ ୧୭) ଭୃଣର ଧିମା ବିକାଶ ଓ ପୁଷ୍ଟହୀନତା ଯୋଗୁଁ ହୋଇଥିଲା। ଏଥିରେ କୁହାଯାଇଛି ଯେ, ନିମୋନିଆ ୧,୩୭୩ ସେପ୍ଟିସିମିଆ ୧,୧୦୯ ଓ ହାଇପୋକ୍ସିଆ , ଜନ୍ମ ସମୟରେ ଶ୍ୱାସକ୍ରିୟା ନଚାଲିବା ଓ ଶ୍ୱାସ ସମ୍ୱନ୍ଧୀୟ ଅନ୍ୟ ବିକାର ୭୦୪ ଶିଶୁଙ୍କ ଜୀବନ ନେଇଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୩ ରେ ସବୁଠୁ ଅଧିକ ମୃତ୍ୟୁ ୪୫ରୁ ୬୪ ବର୍ଷ ବୟସର ବ୍ୟକ୍ତିଙ୍କର ହୋଇଛି। ଏଥିରେ କୁହାଯାଇଛି ଯେ, ଗତ ବର୍ଷ ହୋଇଥିବା ମୋଟ ମୃତ୍ୟୁରେ ୩୨.୨୮ ପ୍ରତିଶତ ଅର୍ଥାତ୍ ୨୮,୬୧୧ ମୃତକ ଏହି ବୟସର ବର୍ଗର, ଯାହାକି ୨୯.୪୪ ପ୍ରତିଶତ ଅର୍ଥାତ୍ ୨୬,୦୯୬ ମୃତକ ୬୫ ବର୍ଷ ଓ ଏଥିରେ ଅଧିକ ବୟସର ଥିଲେ।