ବଲାଙ୍ଗିର, ୧୮/୧୧ : ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ କୋସଲ ମହାବନ୍ଦ ଡାକରା ଦିଆଯାଇଛି। କୋସଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ପାଳନ କରାଯାଇଛି। ବଲାଙ୍ଗିରରେ ବନ୍ଦର ପ୍ରଭାବ ରହିଛି। ମହାବନ୍ଦ ବେଳେ ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ଦୋକାନ ବଜାର ବନ୍ଦ ରହିଥିଲା।
ସକାଳେ କୋସଲ ସଙ୍ଗଠନର କର୍ମୀମାନେ ଭାଗିରଥି ଛକରେ ପିକେଟିଂ କରିଥିଲେ। ଏଥିସହ ରାସ୍ତାରେ ପ୍ଲାକାର୍ଡ ଲଗାଇ ବନ୍ଦ ପାଳନ ସଫଳ କରିବାକୁ ଆହ୍ୱାନ କରିଥିଲେ। ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିଛନ୍ତି। ତୁଷୁରା, ସଲେଭଟାରେ ମଧ୍ୟ ବନ୍ଦ ପାଳନ କରାଯାଉଛି।