କଣ୍ଟାମାଳ,୩୦/୦୫: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସକୁ ବଡ଼ ସଫଳତା । ମସିଣାପୋଗା ଗାଁରେ ଚୋରି ଉଦ୍ୟମ ବେଳେ ୩ଜଣ ଲୁଟେରା ଗିରଫ । ସେମାନଙ୍କ ନିକଟରୁ ପୁଲିସ ଏକ ହିରୋ ଲାଲ୍ ରଙ୍ଗର ଗ୍ଲାମର ବାଇକ୍, ଗୋଟିଏ ଟାଙ୍ଗିଆ, ଗାଡ଼ି ଜ୍ୟାକ୍ ରଡ୍ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ନିଳାମ୍ବର ଭୋଇ (୨୭), ଆକାଶ ଭୋଇ (୨୨) ଓ ଯୋଗେଶ୍ବର ସାହୁ (୨୦) ବର୍ଷ । ଘଣ୍ଟାପଡ଼ା ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ କରିଛି ।
ସୂଚନା ଅନୁଯାୟୀ, ମସିଣାଗୋରା ଗାଁରେ ଦେବବ୍ରତ୍ତ ଭୋଇଙ୍କ ଘରେ ପଶି ୩ଜଣ ଡକାୟତ ଲୁଟ୍ ଉଦ୍ୟମ କରୁଥିବା ବେଳେ ଘଣ୍ଟାପଡ଼ା ପୁଲିସ୍ କୌଣସି ସୂତ୍ରରୁ ଖବର ଚଢ଼ାଉ କରିଥିଲେ । ପୁଲିସ୍ ଟିମ୍ ଅତି ଚତୁରତାର ସହ ଚୋରଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ଏକ ହିରୋ ଲାଲ୍ ରଙ୍ଗର ଗ୍ଲାମର ବାଇକ୍, ଗୋଟିଏ ଟାଙ୍ଗିଆ, ଗାଡ଼ି ଜ୍ୟାକ୍ ରଡ୍ ଜବତ ହୋଇଛି । ତାଙ୍କୁ ତିନି ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଘଣ୍ଟାପଡ଼ା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l