ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବାରାମୂଳାରେ ଓମାର ଅବଦୁଲାଙ୍କ ଶୋଚନୀୟ ପରାଜୟ, ଜିତିଲେ ଟେରର ଫଣ୍ଡିଂ ମାମଲାରେ ସଜା କାଟୁଥିବା ରଶିଦ୍ ଶେଖ୍

ନୂଆଦିଲ୍ଲୀ,୪।୬: ଲୋକସଭା ନିର୍ବାଚନ ୨୦୨୪ର ରେଜଲ୍ଟ ଖୁବ୍ ଆଶ୍ଚର୍ଯ୍ୟକର ରହିଛି। ଉତ୍ତର ପ୍ରଦେଶ ସହିତ ବହୁ ରାଜ୍ୟରେ ବିଜେପି ମେଣ୍ଟ ଏନ୍‌ଡିଏକୁ ମିଳିଛି ଝଟକା। ସେପଟେ ଜମ୍ମୁ କଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ମେହବୁବା ମୁଫତି ନିଜ ଆସନରେ ହାରି ଯାଇଛନ୍ତି। ଓମାର ବାରାମୂଳାରୁ ହାରି ଯାଇଥିବା ବେଳେ ମୁଫତି ଅନନ୍ତନାଗରୁ ହାରି ଯାଇଛନ୍ତି। ତେବେ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ଅଫିସିଆଲ ଘୋଷଣା ଏବେ ବାକି ରହିଛି। ଓମାର ଅବଦୁଲାଙ୍କୁ ହରାଇଛନ୍ତି ଇଞ୍ଜିନିୟର ରଶିଦ ଶେଖ୍। ରସିଦ୍ ନିର୍ଦ୍ଦଳୀୟ ନିର୍ବାଚନ ଲଢୁଛନ୍ତି। ବର୍ତ୍ତମାନ ସେ ଟେରର ଫଣ୍ଡିଂ ମାମଲାରେ ତିହାର ଜେଲରେ ଅଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ,ଜମ୍ମୁ-କଶ୍ମୀର ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ମେହବୁବା ମୁଫତିଙ୍କୁ ନିଜ ନିଜର ଲୋକସଭା ଆସନରୁ ହାରିବା ଏକ ପ୍ରକାର ସୁନିଶ୍ଚିତ।  ଖବର ଲେଖାଯିବା ପର୍ଯ୍ୟନ୍ତ ବାରାମୂଳାରେ ଅବଦୁଲା  ଦୁଇ ଲକ୍ଷ ଭୋଟ୍‌ରେ ପଛରେ ଅଛନ୍ତି। ମେହବୁବା ଅନନ୍ତନାଗ-ରାଜୌରୀ ଆସନରୁ ଅଢେଇ ଲକ୍ଷ ଭୋଟ୍‌ରେ ପଛରେ ଅଛନ୍ତି। ବାରାମୂଳା ଲୋକସଭା ଆସନରେ ତୃତୀୟ ସ୍ଥାନରେ ହାଇପ୍ରୋଫାଇଲ ନେତା ସାଜିଦ୍ ଲୋନ୍‌ ଅଛନ୍ତି, ସେ ଜମ୍ମୁ-କଶ୍ମୀର ପିପୁଲ କନଫ୍ରେନ୍ସ ପାର୍ଟିରୁ ପ୍ରାର୍ଥୀ ଅଛନ୍ତି। ଓମାର ଗଣମାଧ୍ୟମ ସହ ଆଲୋଚନା କରି ନିଜର ପରାଜୟ ସ୍ବୀକାର କରିଛନ୍ତି। ମେହବୁବାଙ୍କୁ ନିର୍ବାଚନରେ ହରାଇଥିବା ନେତା ହେଉଛନ୍ତି ନ୍ୟାସନାଲ କନଫ୍ରେନ୍ସର ମିୟା ଅଲତାଫ୍‌ ଅହମ୍ମଦ। ତାଙ୍କର ଓ ମୁଫତିଙ୍କ ଭିତରେ ଭୋଟ୍‌ ବ୍ୟବଧାନ ପ୍ରାୟ ଅଢେଇ ଲକ୍ଷ ରହିଛି। 

ଅବଦୁଲ ରଶିଦ୍ ଓରଫ୍ ଇଞ୍ଜିନିୟର ରଶିଦ୍ ବର୍ତ୍ତମାନ ଟେରର ଫଣ୍ଡିଂ ମାମଲାରେ ତିହାର ଜେଲ୍‌ରେ ଅଛନ୍ତି। ଦୁଇଥର ବିଧାୟକ ଓ ଆବାମୀ ଇତେହାଦ ପାର୍ଟିର ମୁଖ୍ୟ ରଶିଦ୍ ବାରାମୂଳାରୁ ମୈଦାନକୁ ଓହ୍ଲାଉଥିବା ୨୨ ପ୍ରାର୍ଥୀଙ୍କ ଭିତରୁ ଜଣେ। ରଶିଦଙ୍କୁ ଏନ୍‌ଆଇଏ ୨୦୨୯ ରେ ଟେରର ଫଣ୍ଡିଂ ମାମଲାରେ ଗିରଫ କରିଥିଲା। ତାଙ୍କୁ ଦୁଇ ପୁଅ ଅବରାର ରଶିଦ ଓ ଅସରାର ରଶିଦ ତାଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର କରିଥିଲେ। ରଶିଦ ୨୦୦୮ ଓ ୨୦୨୪ ରେ ଲଙ୍ଗେଟ ବିଧାନସଭା ନିର୍ବାଚନ ଜିତିଥିଲେ। ତେବେ ୨୦୧୯ ସଂସଦୀୟ ନିର୍ବାଚନରେ ପରାଜୟର ସାମନା କରିଥିଲେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.