ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ

Published By : Harapriya Sethi | November 1, 2024 7:39 AM

ଭୁବନେଶ୍ବର, ୦୧/୧୧: ସବ୍‌ ୱେ ଏସି ମାର୍କେଟରେ ଅଗ୍ନିକାଣ୍ଡ । ଭୂତଳ ଶାଢୀ ଦୋକାନରେ ଲାଗିଲା ନିଆଁ । ରାତି ସାଢେ ୧୧ ଟାରୁ ଆରମ୍ଭ ହୋଇ ସାଢେ ୨ ଟା ପର୍ଯ୍ୟନ୍ତ ଜଳିଲା । ସାରା ରାତି ଭୂତଳ ବଜାରରୁ ବାହାରିଲା ଧୂଆଁ । ନିଆଁ ଓ ଧୂଆଁର ବଳୟରେ ରହିଲା ରାଜମହଲରୁ ଏଜି ଛକ ରାସ୍ତା । ପାଖରେ ମାର୍କେଟ ବିଲ୍ଡିଂ, ହାଟ ଏବଂ ପେଟ୍ରୋଲ ପମ୍ପ ଥିବା ଯୋଗୁଁ ଲୋକଙ୍କ ନିରାପତ୍ତା ପାଇଁ ରାତି ତମାମ ଜଗିଲେ କ୍ୟାପିଟାଲ ଥାନାର ଅଧିକାରୀ ଓ କର୍ମଚାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ। 

ସୂଚନା ମୁତାବକ, ଗୁରୁବାର ରାତିରେ ୨ନମ୍ବର ମାର୍କେଟ ବିଲ୍ଡିଂ ଏବଂ ୧ନମ୍ବର ହାଟ ମଧ୍ୟରେ ଥିବା ଭୂତଳ ବଜାରର ଗୋଟିଏ ଶାଢୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଘଟଣାରେ ବଜାର ଭିତରେ ଥିବା ଶାଢୀ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇ ସେଥିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କଳ୍ପନା ଏବଂ ସେକ୍ରେଟେରିଏଟ୍ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ନିଜେ ଡିଏଫଓ ଏବଂ ଏଏଫ୍ଓ ସହ ୩୦ଜଣ ଅଗ୍ନିଶମ କର୍ମଚାରୀ ଦୀର୍ଘ ୬ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଓ ଧୂଆଁ ଉପରେ ନିୟନ୍ତ୍ରଣ ପାଇଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଏପରି କେମିତି ହେଲା ତାହାର ଯାଞ୍ଚ୍ କରିବ ଅଗ୍ନିଶମ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଡିଏଫଓ ।ତେବେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ଏହାକୁ ସର୍ଟ ସର୍କିଟ କହିଥିବା ବେଳେ ଆଉ କେହି ଧୂପ ଏବଂ ଦୀପ ଲଗାଇ ଦୋକାନ ବନ୍ଦ କରିଥିବାରୁ ଏପରି ଅଘଟଣ ଘଟିଛି ବୋଲି କହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.