ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୧୮ରେ ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବାଣ୍ଟିବେ କୃଷି ସମ୍ମାନନିଧି ଯୋଜନା କିସ୍ତି

ବରଗଡ଼,୧୭/୦୬: ଦିନକ ପରେ ଅର୍ଥାତ୍‌ ଆସନ୍ତା  ୧୮ ଜୁନ୍‌ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବରଗଡ଼ ଜିଲ୍ଲା ଗସ୍ତରେ ଆସିବେ ବୋଲି ବିଜେପି ଦଳୀୟ  କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଏନେଇ ସରକାରୀ ଭାବେ  କୌଣସି ସୂଚନା ମିଳି ନ ଥିଲେ ବି ବରଗଡ଼ ବିଜେପିର  ପ୍ରସ୍ତୁତି ବୈଠକ ସହ ପୁଲିସ ଇନ୍‌କ୍ୱାରୀ ତଥା ପ୍ରଶାସନିକ  ତତ୍ପରତା ସାଧାରଣରେ ଉତ୍କଣ୍ଠା ଖେଳାଇଛି । ବରଗଡ଼  ବିଧାୟକଙ୍କ ସହିତ ଜିଲ୍ଲାପାଳ ଓ ଏସ୍‌ପି ଏନେଇ ଆଲୋଚନା  କରିଛନ୍ତି । ପୁଲିସ୍‌ ଅଧିକାରୀମାନେ ସମ୍ଭାବ୍ୟ ସଭାସ୍ଥଳ ଜର୍ଜ  ହାଇସ୍କୁଲ ପଡ଼ିଆ ଚାରିପଟ ବସ୍ତିରେ କୌଣସି ବାହାରିଆ  ଲୋକ ରହୁଛନ୍ତି କି ନାହିଁ ତଥ୍ୟ ସଂଗ୍ରହ କରୁଥିବାରୁ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ଥିବା ଅନୁମାନ କରାଯାଉଛି ।

ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ଭାତହାଣ୍ଡି  ବରଗଡ଼ ଜିଲ୍ଲାରେ ଉପସ୍ଥିତ ରହି ଏହାର ଲୋକାର୍ପଣ କରିବା  ସହ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିବେ ବୋଲି ବିଜେପି  ପଦାଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ  ସହାୟତା ବଣ୍ଟନ କରିବାକୁ ଆସୁଥିବାରୁ ଧାନର କ୍ୱିଣ୍ଟାଲ ପ୍ରତି ଦର  ୩୧୦୦ ହେବା ପକ୍କା ହେବା ସମ୍ଭାବନା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.