ପ୍ରମୂଖ ଖବର
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଓଲଟିଲା ବେଆଇନ କଳା ପଥର ପରିବହନ କରୁଥିବା ହାଇୱା, ଡ୍ରାଇଭର ଆହତ

Published By : Anindita Ratha | June 10, 2025 9:55 AM

ଧର୍ମଶାଳା ,୧୦/୦୬: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବରଡ଼ା ପାହାଡ଼ରେ ଓଲଟିଲା ବେଆଇନ କଳା ପଥର ପରିବହନ କରୁଥିବା ହାଇୱା । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଗାଡିର ଡ୍ରାଇଭର । ତାଙ୍କୁ ପ୍ରଥମେ ଧର୍ମଶାଳା ଏବଂ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଓଲଟିଥିବା ଗାଡିକୁ ପୁଲିସ ଅଗୋଚରରେ ପାହାଡ଼ ମାଫିଆ ଉଠାଇ ନେଇଯାଇଥିବା ଜଣାପଡିଛି । ଆହତ ଡ୍ରାଇଭରର ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ।

ସୂଚନା ଥାଉକି, ବରଡ଼ା ପାହାଡ଼ରେ ବେଆଇନ ଭାବେ କଳା ପଥର ଲୁଟ୍ ହେଉଛି । ରଙ୍ଗା ନାମକ ଜଣେ ପଥର ମାଫିଆ କୋଟି କୋଟି ଟଙ୍କାର ମୂଲ୍ୟବାନ ପଥର ଚୋରା ଚାଲାଣ କରୁଛନ୍ତି । ପାହାଡ଼ ଉପରେ ଦୁର୍ଘଟଣା କାରଣରୁ ଅନେକ ସମୟରେ ଶ୍ରମିକଙ୍କ ଜୀବନ ଯାଉଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ପୁଲିସ୍ ରାଜସ୍ବ ହାନୀ ରୋକିବାରେ ବିଫଳ ହେଉଛି ବୋଲି ଶ୍ରମିକମାନେ ଅଭିଯୋଗ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.