ପ୍ରମୂଖ ଖବର
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଖଣିବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ସଂଘବଦ୍ଧ ଆକ୍ରମଣ ଘଟଣା : ୬ ଗିରଫ

ଭୁବନେଶ୍ବର,୩।୧୨ :  କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଟିମ୍  ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୬ ଜଣଙ୍କୁ ଘସିପୁରା ପୋଲିସ୍ ଗିରଫ କରିଛି ।ଏଥିସହ ଅପରାଧ ଘଟାଇବା ସମୟରେ ବ୍ୟବହୃତ ଏକ ବ୍ରିଜା କାର ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ  ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର  । ତେବେ ଏହି ଘଟଣାରେ ପ୍ରାୟ ୧୫ ଜଣଙ୍କ ସମ୍ପୃକ୍ତି ଥିବାବେଳେ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ   । ଏ ନେଇ ଘଷିପୁରା ଥାନା ଅଧିକାରୀ ରମାକାନ୍ତ ସାଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରବିବାର ବିଳମ୍ବିତ ରାତିରେ ଖଣିବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ବାଲି ଚୋରି ନେଇ ଚଢାଉ କରିବାକୁ ଆସିଥିଲେ। ଏହି  ସମୟରେ ଘଷିପୁରା ଥାନା ବୈତରଣୀ  ବ୍ରିଜ୍ ନିକଟ ସିଂହ ସାହି ଛକଠାରେ ୪-୫ଟି ଗାଡିରେ ୧୫ ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଆସି ସ୍କୁଆର୍ଡ ଗାଡି ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗାଡିର କାଚ ସବୁ ଭାଙ୍ଗି ଯାଇଥିଲା । ପରେ ଗାଡିରେ  ଥିବା ଜୁନିୟର ମାଇନିଂ ଅଫିସର ସୂରଜ ହେମ୍ବ୍ରମ, ୩ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ  କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.