ନୂଆଦିଲ୍ଲୀ - ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଏବେ ତାଙ୍କର ପତ୍ନୀ ସୁନିତା କେଜ୍ରିୱାଲ ଲୋକସଭା ନିର୍ବାଚନ ପାଇଁ ପ୍ରଚାରର ମଙ୍ଗ ଧରିବାର ନଜର ଆସିଛି। ସେ ପୂର୍ବ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ପାଇଁ ଏଠାରେ ରୋଡ୍ ଶୋ’ କରିଛନ୍ତି ଏବଂ ଲୋକଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ଏକ ଗାଡ଼ିରେ ବସି ସୁନିତା କେଜ୍ରିୱାଲ ପୂର୍ବୀୟ ଦିଲ୍ଲୀ ନିର୍ବାଚନ କ୍ଷେତ୍ରର କୋଣ୍ଡଲି କ୍ଷେତ୍ରରେ ମତଦାତାଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଇଛନ୍ତି।
ଏହି ସମୟରେ ସେ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି ଏବଂ କେଜ୍ରିୱାଲଙ୍କୁ ଜବରଦସ୍ତ ଜେଲରେ ରଖା ଯାଇଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି , ମାସେ ହେବ ସେମାନେ ଆପଣଙ୍କର ମୁଖ୍ୟମନ୍ତ୍ରୀ ତଥା ମୋ ସ୍ୱାମୀଙ୍କୁ ଜବରଦସ୍ତି ଜେଲ୍ରେ ରଖିଛନ୍ତି। ଏବେସୁଦ୍ଧା କୌଣସି ବି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନାହାନ୍ତି। ସେ କହୁଛନ୍ତି କି, ଯାଞ୍ଚ ଚାଲୁଛି। ଯଦି ଯାଞ୍ଚ ୧୦ ବର୍ଷ ଯାଏ ଚାଲିବ ତ , ସେମାନେ କଣ ତାଙ୍କୁ ୧୦ ବର୍ଷ ଯାଏ ଜେଲ୍ରେ ରଖିବେ ? ପୂର୍ବରୁ କୋର୍ଟଙ୍କ ଦ୍ୱାରା କାହାକୁ ଦୋଷୀ ସାବ୍ୟସ୍ତ କରିବା ପରେ ହିଁ ଲୋକଙ୍କୁ ଜେଲ୍ ପଠାଯାଉ ଥିଲା , କିନ୍ତୁ ଏମାନେ ଏକ ନୂଆ ବ୍ୟବସ୍ଥା ନେଇ ଆସିଛନ୍ତି ଏବଂ କହୁଛନ୍ତି ଯେପର୍ଯ୍ୟନ୍ତ ଯାଞ୍ଚ ଚାଲିବ, ସେପର୍ଯ୍ୟନ୍ତ ତାଙ୍କୁ ଜେଲ୍ରେ ରଖାଯିବ। ଏ ଅତ୍ୟାଚାରୀ ଶାସନ।
ଅରବିନ୍ଦ କେଜ୍ରିୱାଲ ୨୨ ବର୍ଷ ଧରି ସୁଗାର ରୋଗୀ ଏବଂ ୧୨ ବର୍ଷ ହେବ ଇନସୁଲିନ୍ ନେଉଛନ୍ତି। ତାଙ୍କୁ ଜେଲ୍ରେ ଇନସୁଲିନ୍ ଦେବାକୁ ମନା କରିଦିଆ ଯାଉଛି। ସେମାନେ କଣ ତାଙ୍କୁ ମାରିବାକୁ ଚାହୁଁଛନ୍ତି ? ସୁନିତା କହିଛନ୍ତି , ମୁଁ ଜାଣିଛି ଯେ, ଆପଣ ତାଙ୍କୁ ଭଲ ପାଆନ୍ତି ଏବଂ ଏହା ବିଜେପିର ସମସ୍ୟା। ତାଙ୍କର ଭୁଲ କଣ ?
କହି ରଖୁଛୁ କି , ସୁନିତା କେଜ୍ରିୱାଲଙ୍କ ରୋଡ୍ ଶୋ ପାଇଁ ଭବ୍ୟ ପ୍ରସ୍ତୁତି କରାଯାଇ ଥିଲା। ବହୁ ମାତ୍ରାରେ ଲୋକେ ସୁନିତା କେଜ୍ରିୱାଲଙ୍କ ରୋଡ୍ ଶୋ’ରେ ଏକାଠି ହୋଇଥିଲେ। ଏହି ସମୟରେ କୋଣ୍ଡଲି ଅଞ୍ଚଳରେ ଆଇ ଲଭ୍ କେଜ୍ରିୱାଲର ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଯାଇଛି।