ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ତାତିରୁ ମିଳିବ ମୁକ୍ତି , ଏହିସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ ବିଭାଗର ସତର୍କ ସୂଚନା

ନୂଆଦିଲ୍ଲୀ : ଏବେ ଅସହ୍ୟ ତାତିରୁ ମିଳିବ ମୁକ୍ତି। ଆଇଏମଡି ଦେଇଛି ସତର୍କ ସୂଚନା। ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା କାରଣରୁ ତାତିରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି, ମଧ୍ୟ, ପୂର୍ବୀୟ ଓ ଦକ୍ଷିଣ ଭାରତର ରାଜ୍ୟ ଗୁଡ଼ିକରେ ଆଗାମୀ ୪ ଦିନ ଯାଏ ଅର୍ଥାତ୍‌ ୧୩ ମେ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ବ୍ୟତୀତ ଖୁବ୍‌ ଜୋରରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ହେବା ଅନୁମାନ କରାଯାଉଛି। 

ଗତ ୨୪ ଘଣ୍ଟାର ପାଣିପାଗ କଥା ଯଦି କହିବା ତ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏହିସବୁ ଅଞ୍ଚଳରେ ହିଟୱେଭ୍‌ର ସ୍ଥିତି ରହିଛି। ତାମିଲନାଡୁ, କେରଳ , ରାୟଲସୀମା, ଗଙ୍ଗୀୟ ପଶ୍ଚିମବଙ୍ଗ, ସାଉଥ୍‌ ଇଣ୍ଟିରିୟର କର୍ଣ୍ଣାଟକରେ ଖୁବ୍‌ ବର୍ଷା ହେବ। ସେପଟେ ହିମାଚଳ ପ୍ରଦେଶ , ବିଦର୍ଭ , ଝାଡ଼ଖଣ୍ଡରେ କୁଆପଥର ବୃଷ୍ଟି ହେବ। ଗତ ଦିନରେ ସବୁଠୁ ଅଧିକ ତାପମାତ୍ରା ରାଜସ୍ଥାନର ଫଲୌଦୀରେ ୪୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ, ପଶ୍ଚିମବଙ୍ଗ , ସିକ୍କିମରେ ୧୦-୧୨ ମେ , ବିହାର , ଝାଡ଼ଖଣ୍ଡରେ ୧୨ ମେ, ଓଡ଼ିଶାରେ ୧୦-୧୪ ମେ’ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଝଡ଼ ତୋଫାନ ଓ ବଜ୍ରପାତର ବି ସତର୍କ ସୂଚନା ଜାରି କରାଯାଇଛି। ସେପଟେ ଅରୁଣାଚଳ ପ୍ରଦେଶ , ଆସାମ, ମେଘାଳୟ ,ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ଆଗାମୀ ୭ଦିନ ଯାଏ ପ୍ରବଳ ବର୍ଷା ହୋଇ ପାରେ। ବଜ୍ରପାତ ଓ ଖୁବ୍‌ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। 

ଅନ୍ୟ ରାଜ୍ୟ ଗୁଡ଼ିକର କଥା ଯଦି କହିବା ତ ବିଦର୍ଭ , ମଧ୍ୟ ମହାରାଷ୍ଟ୍ର, ଛତିଶଗଡ଼ରେ ୧୦-୧୪ମେ , ମଧ୍ୟ ପ୍ରଦେଶରେ ୯-୧୧ ମେ ଓ ମରାଠାୱାଡାରେ ୯ ମେ’ ରେ ବର୍ଷା ହେବ। ମଧ୍ୟ ପ୍ରଦେଶରେ ୧୦-୧୩ ମେ , ବିଦର୍ଭରେ ୧୨-୧୩ ଓ ମଧ୍ୟ ମହାରାଷ୍ଟ୍ରରେ ୧୧ ଓ ୧୨ ମେ ଓ ମରାଠୱାଡାରେ ୧୨ ମେ ରେ କୁଆପଥର ବୃଷ୍ଟିର ଚେତାବନୀ ଜାରି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.