ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯିବାରେ ରୋକ୍‌ , ସୁପ୍ରିମକୋର୍ଟ ଏହି ୫ ସର୍ତ୍ତରେ ଦେଲେ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀର ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଫସିଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଛି ଆଶ୍ୱସ୍ତି। ସେ ୧ ଜୁନ୍ ଯାଏ ଅନ୍ତରୀଣ ଜାମିନ ଦେଇଛନ୍ତି। ହେଲେ ଜାମିନ ଦେବା ସହ ସୁପ୍ରିମକୋର୍ଟ କିଛି ସର୍ତ୍ତ ମଧ୍ୟ ଲଗାଇଛନ୍ତି। ଏହି ସର୍ତ୍ତ ମୁତାବିକ,ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯାଇ ପାରିବେ ନାହିଁ କି ସଚିବାଳୟରେ ପ୍ରବେଶ କରି ପାରିବେ ନାହିଁ। ଏହା ସହ ସେ ନିଜ କେସ୍‌ ସହ ଜଡ଼ିତ କୌଣସି ବି ସାକ୍ଷୀଙ୍କ ସଂପର୍କ କରିବାକୁ ଚେଷ୍ଟା କରିବେ ନାହିଁ। ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ୫
ଟି ବଡ଼ ସର୍ତ୍ତରେ ଜାମିନ୍‌ ଦେଇଛନ୍ତି।

ମୁଁ କହିଥିଲି ଶୀଘ୍ର ଆସିବି , ମୁଁ ଆସିଗଲି : ତିହାର ଜେଲରୁ ବାହାରି କହିଲେ କେଜ୍ରିୱାଲ

୧- ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌ରୁ ମୁକ୍ତି ପାଇଁ ୫୦ ହଜାର ଟଙ୍କାର ଜମାନତ ରାଶି ଜମା କରିବାକୁ ହେବ।
୨- ଅରବିନ୍ଦ କେଜ୍ରିୱାଲ କୌଣସି ବି ସାକ୍ଷୀଙ୍କ ସହ କଥାବାର୍ତ୍ତା କରି ପାରିବେ ନାହିଁ କି ମାମଲା ସହ ଜଡ଼ିତ ଅଫିସିଆଲି ଫାଇଲ ଦେଖିବେ ନାହିଁ।
୩- ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଦିଲ୍ଲୀ ସଚିବାଳୟ ଯିବେ ନାହିଁ।
୪-ଯେପର୍ଯ୍ୟନ୍ତ ବହୁତ ଜରୁରି ନହୋଇଛି , ଅରବିନ୍ଦ କେଜ୍ରିୱାଲ କୌଣସି ବି ଫାଇଲ ଉପରେ ଦସ୍ତଖତ କରିବେ ନାହିଁ ଏବଂ ଯଦି ଦସ୍ତଖତ କରିବାକୁ ଆବଶ୍ୟକ ପଡେ ତ ଏଥିପାଇଁ ଉପରାଜ୍ୟପାଳଙ୍କ ଅନୁମତି ନେବାକୁ ହେବ।
୫- ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେ ମଦ ଦୁର୍ନୀତି ସମ୍ୱନ୍ଧିତ ମନି ଲଣ୍ଡରିଂ ମାମଲାରେ ନିଜ ଭୂମିକା ବିଷୟରେ କୌଣସି ବୟାନ ଦେବେ ନାହିଁ।
ଉଲ୍ଲେଖନୀୟ ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ଦେଇ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ୧ ଜୁନ୍‌ ଯାଏ ଅନ୍ତରୀଣ ଜାମିନ ଦେଇଛନ୍ତି। ବିଚାରପତି ସଞ୍ଜିବ ଖାନ୍ନା ଓ ନ୍ୟାୟମୂର୍ତ୍ତୀ ଦୀପାଙ୍କର ଦତ୍ତାଙ୍କର ମିଳିତ ପୀଠ କହିଛନ୍ତି କି, ଅବକାରୀ ନୀତି ଘୋଟାଲ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ କେଜ୍ରିୱାଲଙ୍କୁ ୨ଜୁନ୍‌ରେ ଆତ୍ମସମର୍ପଣ କରିବାକୁ ହେବ ଏବଂ ଜେଲ୍‌କୁ ପୁଣି ଫେରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.