ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସଂଖ୍ୟା ‘୯’ ଉପରେ ପୂର୍ଣ୍ଣ ଭରସା

ଭୁବନେଶ୍ୱର,୧୦/୦୫: ବିଜୁ ଜନତା ଦଳର ଶୁଭ ଅଙ୍କ ୯ । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସଂଖ୍ୟା ‘୯’ ଉପରେ ପୂର୍ଣ୍ଣ ଭରସା । ଏ ସଂଖ୍ୟା ଶୁଭ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି । ଚଳିତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାରୁ ଆରମ୍ଭ କରି ନିର୍ବାଚନ ଇସ୍ତାହାର ଘୋଷଣାକୁ ଦେଖିଲେ ବିଜେଡି ସଂଖ୍ୟା ‘୯’ ଉପରେ ବିଶ୍ୱାସ କରୁଥିବା ମନେହୁଏ ।

ବିଜେଡି ସୁପ୍ରିମୋ ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ମୋଟ ୯ ପର୍ଯ୍ୟାୟରେ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି ହୋଇଥିଲା । ବିଧାନସଭା ପାଇଁ ପ୍ରଥମ ଦଫାରେ ୭୨ ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । ୭ ଓ ୨ ମିଶିଲେ ଏହା ମଧ୍ୟ ହେଉଛି ‘୯’ । ଦ୍ୱିତୀୟ ପର୍ଯ୍ୟାୟରେ ନବୀନ ଜାରି କଲେ ୨୭ ବିଧାନସଭା ଆସନର ପ୍ରାର୍ଥୀ । ଏ ଦୁଇ ଅଙ୍କ ମିଶିଲେ ହେଉଛି ‘୯’ । ଏହାପରେ ନବୀନ ୪ ପର୍ଯ୍ୟାୟରେ ୯ ଲେଖାଏଁ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ତାଲିକା ଦେଲେ । ଦଳ ପକ୍ଷରୁ ଆଜି (୯ ତାରିଖ)ରେ ଇସ୍ତାହାରକୁ ଉନ୍ମୋଚନ କରାଯାଇଥିଲା ବେଳେ ଜୁନ୍‌ ୯ରେ ନବୀନ ପୁଣି ଷଷ୍ଠ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଥିଲା ବେଳେ ସୋସିଆଲ ମିଡିଆରେ ନିମନ୍ତ୍ରଣ ପତ୍ର ମଧ୍ୟ ଘୂରି ବୁଲୁଛି ।

ଜୁନ୍‌ ୯ରେ କାହିଁକି ଶପଥ ଗ୍ରହଣ ଉତ୍ସବ? ଦଳ ପକ୍ଷରୁ କୁହାଯାଉଛି, ବିଜେଡି ଗଠନ ହେବାକୁ ୨୭ (୨୍+୭) ବର୍ଷ ପୂରିଛି । ନବୀନ ମଧ୍ୟ ରାଜନୀତିରେ ୨୭ ବର୍ଷ ପୂରଣ କରିଛନ୍ତି । ଏହାଛଡ଼ା ନୂଆ କାମର ଅନୁକୂଳ ପାଇଁ ‘୯’ ହେଉଛି ଶୁଭ । ହିନ୍ଦୁଧର୍ମର ଲୋକ ନବରାତ୍ରୀ ସହ ନବଗ୍ରହଙ୍କୁ ପୂଜାର୍ଚ୍ଚନା କରନ୍ତି । ବ୍ରହ୍ମା ‘୯’ ଦିନରେ ଗଢ଼ିଥିଲେ ବ୍ରହ୍ମାଣ୍ଡ । ଅଙ୍କ ଶାସ୍ତ୍ରରେ ‘୯’ ଅଙ୍କକୁ ଶୁଭ ବୋଲି ବିଶ୍ୱାସ କରାଯାଏ । ତେଣୁ ଦଳ ମଧ୍ୟ ଏ ସଂଖ୍ୟାକୁ ଶୁଭ ବୋଲି ମାନୁଛି ।

  • PrameyaOdia
  • prameya
  • naveen patnaik
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.