ପ୍ରମୁଖ ଖବର
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ

Image Courtesy: NDTV

ନୂଆଦିଲ୍ଲୀ: ଦେଶରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଜାରି ରହିଛି । ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୮୮ଟି ଆସନରେ ମତଦାନ ଚାଲିଛି । କେରଳ ସବୁ ଲୋକସଭା ଆସନରେ ନିର୍ବାଚନ ହେଉଥିବା ବେରେ ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ କେତେକ ଆସନରେ ଭୋଟିଂ ହେଉଛି । ସେହିଭଳି କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୭, ଆସାମ ଓ ବାହାରରେ ୭ଟି ଲେଖାଏଁ ଆସନ, ପଞ୍ଚିମବଙ୍ଗ ଓ ଛତିଶଗଡ଼ରେ ୩ଟି ଲେଖାଏଁ ଆସନରେ ମତସାବ୍ୟସ୍ତ କରୁଛନ୍ତି ମତଦାତା । ଏହା ସହ ଜାମ୍ମୁକାଶ୍ମୀରରେ ଗୋଟିଏ, ମଣିପୁର ୧ ଏବଂ ତ୍ରିପୁରାରେ ଗୋଟିଏ ଆସନରେ ନିର୍ବାଚନ ଜାରି ରହିଛି ।

ଦେଶର ୮୮ ଲୋକସଭା ଆସନରେ ଦିନ ୧୧ଟା ସୁଦ୍ଧା ୨୫.୧ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୮୯ ଆସନରେ ନିର୍ବାଚନ ହେବାକୁ ଥିଲା । କିନ୍ତୁ ମଧ୍ୟପ୍ରଦେଶ ବେତୁଲରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବା ପରେ ଏହି ଆସନରେ ନିର୍ବାଚନ ସ୍ଥଗିତ ରହିଛି । ବେତୁଲରେ ତୃତୀୟ ପର୍ଯ୍ୟାୟ (ମେ ୭)ରେ ନିର୍ବାଚନ ହେବ । 

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିଓ୍ବେଟ ମୈଦାନରେ ଅଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ,  କେସି ବେଣୁଗୋପାଳ, ଭୁପେଶ ବାଘେଲ ଏବଂ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲ, ଶଶି ଥରୁର, ବିଜପେିର ରାଜୀବ ଚନ୍ଦ୍ରଶେଖୀର, ତେଜସ୍ବୀ ସୂର୍ଯ୍ୟା, ଓମ ବିର୍ଲା, ଅଭିନେତ୍ରୀ ହେମା ମାଳିନୀ ଏବଂ ଅରୁଣ ଗୋଭିଲଙ୍କ ଲାଗି ଭୋଟ ପଡ଼ୁଛି । 

ଲୋକସଭା ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ ଅନୁଷ୍ଠିତ ହେବ । ଶେଷ ପର୍ଯ୍ୟୟ ନିର୍ବାଚନ ବା ସପ୍ତମ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୧ରେ ହେବାକୁ ଥିବା ବେଳେ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ । 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.