ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ଏଥର ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର: ମୋଦି

ବ୍ରହ୍ମପୁର, ୬।୫: ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମରୁ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଭାରତରେ ୨ଟି ଯଜ୍ଞ ହେବା ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ଯଜ୍ଞ ଓଡ଼ିଶାର ମଜବୁତ୍ ସରକାର ପାଇଁ ଓ ଅନ୍ୟ ଯଜ୍ଞ ଓଡ଼ିଶାରେ ବିଜେପି ସରକାର ପାଇଁ ବୋଲି କହିଛନ୍ତି । ଆୟୁଷ୍ମାନ ଯୋଜନା ଏକ ସଫଳ ଯୋଜନା । ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଉଛି କେନ୍ଦ୍ର । ବିଜେପି ଯାହା କହିଥାଏ ତାହା କରିଥାଏ । ୫ ବର୍ଷରେ ଓଡ଼ିଶାକୁ ଦେଶର ନଂ ୧ରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଓଡ଼ିଶାର ବିକାଶ ନିଶ୍ଚିତ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବ । ଓଡ଼ିଶାର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ । ଓଡ଼ିଶାକୁ ମାଗଣା ଚାଉଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି ।  

ଓଡ଼ିଶାର ବିକାଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି । ଓଡ଼ିଶାରେ ଭରପୁର ଖଣିଜ ସମ୍ପଦ ରହିଛି । ମତ୍ସଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ କରାଯାଇଛି । ସାଗରମାଲା ଯୋଜନା ଅନ୍ତର୍ଗତ ଲୋକଙ୍କୁ ସୁବିଧା ଦିଆଯାଉଛି । ଗଞ୍ଜାମ ଜିଲ୍ଲାକୁ ଆକର୍ଷଣ ଟୁରିଜିମ୍ ସ୍ପଟ୍‌ରେ ପରିଣତ କରିବାକୁ ପ୍ରତିଶ୍ରୁତି । ଯୁବକଯୁବତୀଙ୍କୁ ରୋଜଗାର ଦେବାକୁ ନିଜ ଅଭିଭାଷଣରେ କହିଛନ୍ତି । ବିଜେପିର ଲକ୍ଷ୍ୟ ବିକଶିତ ଓଡ଼ିଶା ବିକଶିତ ଭାରତର ସଂକଳ୍ପ । ଆସିକାରୁ ଅନିତା ଶୁଭଦର୍ଶିନୀ ଓ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି ମୋଦି । ଓଡ଼ିଶାବାସୀଙ୍କ ଆଶିର୍ବାଦ ନେବା ପାଇଁ ଓଡ଼ିଶା ଆସିଛନ୍ତି ବୋଲି କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଆମେ ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.