ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ପ୍ରଥମ ଥର ନିର୍ବାଚନ ଲଢ଼ୁଛନ୍ତି ୪ ଜୁଆଙ୍ଗ ପ୍ରାର୍ଥୀ

କେନ୍ଦୁଝର, ୮।୫: କେନ୍ଦୁଝର ଜିଲ୍ଲାରେ ଚଳିତବର୍ଷ ସର୍ବାଧିକ ୭୫ ଜଣ ପ୍ରାର୍ଥୀ ଲୋକସଭା ଓ ବିଧାନସଭା ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ଲୋକସଭା ପାଇଁ ୧୧ ଜଣ ଓ ଅବଶିଷ୍ଟ ୬ଟି ବିଧାନସଭା ପାଇଁ ୬୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅସଂରକ୍ଷିତ ଚମ୍ପୁଆରେ ୧୬ ଜଣ ଓ ଘସିପୁରାରେ ୧୩ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ତେଲକୋଇରେ ୭, ଆନନ୍ଦପୁରରେ ୮, ପାଟଣାରେ ୧୦ ଓ କେନ୍ଦୁଝର ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ସର୍ବପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ୪ ଜଣ ପ୍ରଥମ ଥର ପ୍ରାର୍ଥୀ ହୋଇଛନ୍ତି । 

ଲୋକସଭା ଆସନରୁ ସାହେବ ଜୁଆଙ୍ଗ ପ୍ରାର୍ଥୀ ହୋଇଛନ୍ତି । ମାନସ ଲୋକଶକ୍ତି ଦଳରୁ ସେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବୟସ ୪୧ ଓ ଶିକ୍ଷାଗତ ଯୋଗ୍ୟତା ୯ମ ପାସ୍‌ । ସେହିପରି କେନ୍ଦୁଝର ଆସନରୁ ମଧ୍ୟ ଜଣେ ଜୁଆଙ୍ଗ ମହିଳା ପ୍ରାର୍ଥୀ ରହିଛନ୍ତି । ଗୋଲାପ ଜୁଆଙ୍ଗ ନାମ୍ନୀ ମହିଳା ଜଣଙ୍କ ସେହି ମାନସ ଲୋକଶକ୍ତି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ତେଲକୋଇ ଆସନରୁ ମାନସ ଲୋକଶକ୍ତି ଦଳରୁ ପ୍ରମୋଦ ଜୁଆଙ୍ଗ ପ୍ରାର୍ଥୀ ହୋଇଛନ୍ତି । ଘସିପୁରା ଆସନରୁ ଖଟୁଆ ଜୁଆଙ୍ଗ ମାନସ ଲୋକଶକ୍ତି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ଜୁଆଙ୍ଗ ସମ୍ପ୍ରଦାୟରୁ ପ୍ରାର୍ଥୀ ହୋଇଥିବାରୁ ସେହି ସମ୍ପ୍ରଦାୟର ଲୋକେ ନିର୍ବାଚନକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.