ଭୁବନେଶ୍ଵର, ୦୨/୦୮ : ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା। ମାରପିଟ୍ କଲେ ଯାହା ହାବୁଡ଼ରେ ପଡ଼ିଲା ଭାଙ୍ଗିଲେ। ଫୁଲ କୁଣ୍ଡ ଠାରୁ ଆରମ୍ଭ କରି କମ୍ପ୍ୟୁଟର ଯାଏଁ ସବୁ କିଛି ଭାଙ୍ଗି ଗୁଣ୍ଡ କରିଦେଲେ। ଏପରିକି ଗ୍ଲାସ୍ ଡୋର୍କୁ ଲୁହା ରଡରେ ଭାଙ୍ଗି ଚୁରମାର୍ କରିଦେଲେ। ଭୁବନେଶ୍ଵର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା ବେଳର ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରୁ ଯୁବତୀ ଜଣଙ୍କ ଦୀର୍ଘ ଦିନର ଅସନ୍ତୋଷ ଝାଡ଼ୁଥିବା ଅନୁମାନ କରାଯାଉଛି। ତେବେ ସମ୍ପୃକ୍ତ ମହିଳା କିଏ ଏବଂ କାହିଁକି ଏମିତି କଲେ ତାହାର ପ୍ରତିକ୍ରିୟା ମିଳିପାରି ନାହିଁ। ଏନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଛନ୍ତି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।