ପ୍ରମୂଖ ଖବର
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ବିଶ୍ୱ ପରିବେଶ ଦିବସ: ବଢ଼ି ଚାଲିଛି ଥର୍ମକୁଲ ବ୍ୟବହାର, ପରିବେଶ ପାଇଁ ସାଜିଛି ବିପଦ

Published By : Prameya | June 5, 2025 8:29 AM

କୋଣାର୍କ,୦୫/୦୬ (ମାନସ ରଞ୍ଜନ ପାତ୍ର): ପରିବେଶ  ପାଇଁ କାଳ ସାଜିଛି ପ୍ଲାଷ୍ଟିକ୍‌, ପଲିଥି୍‌ନ । ଦୈନିକ ଜୀବନରେ ସାଥୀ ପାଲଟିଥିବା କପଡ଼ା ବ୍ୟାଗ୍‌ ଓ କାଗଜ ଠୁଙ୍ଗା ପରିଚୟ  ହରାଇବାକୁ ବସିଲାଣି । ଏବେ ଏହାର  ବ୍ୟବହାର ଆଉ ଦେଖିବାକୁ ମିଳୁନି । କୋଣାର୍କରେ ପଲିଥିନ୍‌ ବ୍ୟବହାର ବଢ଼ିବା  ସହିତ ପରିବେଶ ପ୍ରଦୂଷିତ ହେବାରେ  ଲାଗିଛି । 

ପ୍ରତିଦିନ ହଜାର ହଜାର  ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନରେ  ଆସୁଛନ୍ତି । କୋଣାର୍କ, ଚନ୍ଦ୍ରଭାଗା ଓ  ରାମଚଣ୍ଡୀ ପୀଠର ବିଭିନ୍ନ  ଛକରେ ଉଠା ବ୍ୟବସାୟୀ  ଖୁଲମଖୁଲା ଥର୍ମକୁଲ ବ୍ୟବହାର କରୁଛନ୍ତି ।  କୋଣାର୍କରେ ପାଉଚ୍‌ ପାଣି ବିକ୍ରି ନିଷେଧ  ହୋଇଥିବାବେଳେ କେତେକ ବ୍ୟବସାୟୀ  ପୁଣି ଏହା ବିକ୍ରି ଆରମ୍ଭ କଲେଣି ।  ବିଶେଷକରି କୋଣାର୍କ ଓ ଏହାର  ଆଖପାଖ ଅଞ୍ଚଳର ଗ୍ରାମରେ ପାଉଚ୍‌  ପାଣିର ବହୁଳ ବ୍ୟବହାର ଦେଖିବାକୁ  ମିଳିଛି । ପ୍ଲାଷ୍ଟିକ୍‌, ପଲିଥିନ୍‌ ଓ ଥର୍ମକୁଲ  ଏଣେତେଣେ ପଡ଼ି ରହିବା ଫଳରେ  ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ।  ପଲିଥିନ୍‌ରେ ଥିବା ବଳକା ଖାଦ୍ୟକୁ  ଗାଈଗାରୁ ଖାଇବାରୁ ଅସୁସ୍ଥ ହେଉଛନ୍ତି ।  ଡ୍ରେନ୍‌ରେ ପଲିଥିନ୍‌ ଓ ଆବର୍ଜନା ଜମି  ରହି ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି  କରୁଛି । 

କୋଣାର୍କ ଏନ୍‌ଏସି ପକ୍ଷରୁ  ଚଢ଼ାଉ ହେଉନଥିବାରୁ ପଲିଥିନ୍‌, ପାଉଚ  ପାଣି, ଥର୍ମକୁଲ ବିକ୍ରି ଓ ବ୍ୟବହାର  ବଢ଼ି ଚାଲିଛି । ପରିବେଶ ସୁରକ୍ଷା ଆଇନ ଧାରା ୧୫-୧୬ ଅନୁଯାୟୀ ୨୦  ମାଇକ୍ରୋନ୍‌ରୁ କମ୍‌ ପଲିଥିନ୍‌ ଆମଦାନୀ  , ଗଛିତ ଓ ବିକ୍ରୟ କରିବା ଅପରାଧ ହୋଇଥିବାବେଳେ ପ୍ରଦୂଷଣମୁକ୍ତ କରିବା  ପାଇଁ ପଲିଥିନ୍‌ ବ୍ୟବହାର ନିଷେଧ  ହୋଇଛି । ପୂର୍ବତନ ପୁରୀ  ଜିଲ୍ଲାପାଳ ବଲୱନ୍ତ ସିଂ  କୋଣାର୍କରୁ ପଲିଥିନ ବିକ୍ରି  ଓ ବ୍ୟବହାର ସଂପୂର୍ଣ୍ଣ ବନ୍ଦ  କରିବା ପାଇଁ କଠୋର ପଦକ୍ଷେପ  ନେଇଥିଲେ । କୋଣାର୍କକୁ ପଲିଥିନ୍‌ମୁକ୍ତ  ସହର ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଚଳାଇଥିଲେ । ଏକ ସ୍ୱଚ୍ଛ  ପଲିଥିନ୍‌ମୁକ୍ତ ସହର ଭାବେ ପରିଣତ  କରି ପାରିଥିଲେ । ସ୍ୱଚ୍ଛରେ ଏକ ନମ୍ବର  ଥିବା କୋଣାର୍କ ସହର ପୁଣି ଅଳିଆ  ଆବର୍ଜନା ସହରରେ ପରିଣତ ହେଲାଣି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ  ବୁଦ୍ଧିଜୀବୀ ମହଲରେ ଦାବି ହାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.