ନୂଆଦିଲ୍ଲୀ, ୧୩/୫ : ରାୟବରେଲୀ ଲୋକସଭା ସିଟରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ରାୟବରେଲୀରେ ପହଞ୍ଚିଛନ୍ତି । ଏହି ସମୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲୀରେ ରାଲି କରିଛନ୍ତି । ତାଙ୍କ ସହ କଂଗ୍ରେସ ମହାସିଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ବି ଉପସ୍ଥିତ ଥିଲେ । ଏହି ସମୟରେ ସଭାରେ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ପ୍ରଶ୍ନ ପଚରାଯାଇଥିଲା, ଯାହା ଉପରେ ସେ କହିଥିଲେ କି ସେ କେବେ ବିବାହ କରୁଛନ୍ତି ।
ରାଲି ସମୟରେ ଜଣେ ପିଲା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି କି, ଏବେ ଲାଗୁଛି କି ଖୁବଶୀଘ୍ର ବିବାହ କରିବାକୁ ପଡ଼ିବ । ପ୍ରକାଶ ଯେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଆଜି ରାୟବରେଲୀରେ ଘରେ ଘରେ ନିର୍ବାଚନ ଅଭିଯାନ କରିଛନ୍ତି । ଏହି ସମୟରେ ସେ ଘରକୁ ଘର ଯାଇ ଲୋକଙ୍କୁ ଭେଟୁଛନ୍ତି ।
କଂଗ୍ରେସ ନେତା ଏବଂ ରାୟବରେଲୀ ଲୋକସଭା ସିଟରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି କି ସେ କେଉଁ କାରଣରୁ ରାୟବରେଲୀରୁ ନିର୍ବାଚନ ଲଢିବାକୁ ଆସିଛନ୍ତି । ସେ କହିଛନ୍ତି କି, କିଛି ଦିନ ପୂର୍ବରୁ ମା’ଙ୍କ ସହ ବସିଥିଲି । ମୁଁ ମା’ଙ୍କୁ କହିଥିଲି କି ଗୋଟିଏ ଦୁଇ ବର୍ଷ ପୂର୍ବରୁ ମୁଁ ଏକ ଭିଡ଼ିଓରେ କହିଥିଲି କି ମୋର ଦୁଇ ମା’ ଥିଲେ ଜଣେ ସୋନିଆ ଗାନ୍ଧୀ ଏବଂ ଅନ୍ୟଜଣେ ଇନ୍ଦୀରା ଗାନ୍ଧୀ । ମୋର ଦୁଇ ମା‘ଙ୍କ ଏହା କର୍ମ ଭୂମୀ ଅଟେ ଏଥିଲାଗି ମୁଁ ରାୟବରେଲୀରୁ ନିର୍ବାଚନ ଲଢିବାକୁ ଆସିଛି ।
ପ୍ରକାଶ ଯେ, ଚଳିତ ଥର ରାହୁଲ ଗାନ୍ଧୀ ଅମେଠୀରୁ ନୁହେଁ ବରଂ ରାୟବରେଲୀରୁ ନିର୍ବାଚନ ଲଢୁଛନ୍ତି । ଯେଉଁଠାରେ ତାଙ୍କ ଟକ୍କର ବିଜେପିର ଦିନେଶ ପ୍ରତାପ ସିଂହ ଅଟନ୍ତି । ତାଙ୍କ ପୂର୍ବରୁ ସୋନିଆ ଗାନ୍ଧୀ ରାୟବରେଲୀରୁ ସାଂସଦ ରହି ସାରିଛନ୍ତି ।