ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ପ୍ରିୟାଂଶ ଆର୍ଯ୍ୟ... ଆଇପିଏଲ୍‌ରେ ଦ୍ରୁତତମ ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ

Published By : Prameya | April 8, 2025 10:32 PM

ନୂଆଦିଲ୍ଲୀ,୦୮/୦୪: ଆଇପିଏଲ୍‌ ୨୦୨୫ର ୨୨ ତମ ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗ୍‌ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୧୯ ରନ୍‌ କରିଥିଲା। ତେବେ ଦଳ ପକ୍ଷରୁ ଯୁବ ବାମହାତୀ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ମାତ୍ର ୪୨ ବଲ୍‌ରେ ୧୦୩ ରନ୍‌ର ଆକର୍ଷଣୀୟ ଶତକୀୟ ପାଳି ଖେଳି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏବଂ ଏହି ଯୁବ ବ୍ୟାଟର ଭାରତୀୟ କ୍ରିକେଟରେ ଶୀଘ୍ର ଏକ ସ୍ମରଣୀୟ ଚେହେରା ହେବାକୁ ଯାଉଛନ୍ତି। 

ଦିଲ୍ଲୀର ଏହି ୨୪ ବର୍ଷୀୟ ବାମହାତୀ ବ୍ୟାଟର ମଙ୍ଗଳବାର ଦିନ ମୁଲାନପୁରରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୪୨ ବଲ୍‌ରେ ୧୦୩ ରନ୍ କରି ଆଇପିଏଲ୍ ୨୦୨୫ରେ କ୍ରିକେଟ୍ ଜଗତକୁ ଚକିତ କରି ଦେଇଥିଲେ। ଏହି ଇନିଂସ ସହିତ, ଆର୍ଯ୍ୟା ଆଇପିଏଲ୍‌ ଶତକ ହାସଲ କରିବାରେ ଦ୍ୱିତୀୟ ଦ୍ରୁତତମ ଭାରତୀୟ ହୋଇଥିଲେ। କେବଳ ୟୁସୁଫ୍ ପଠାନ ୨୦୧୦ ରେ ୩୭ ବଲ୍‌ରେ ଶତକ କରି ଆଇପିଲଏଲ୍‌ ଇତିହାସରେ ପ୍ରଥମ ଦ୍ରୁତ ବ୍ୟାଟର ସାବ୍ୟସ୍ତ ହୋଇଥିଲେ। ଆର୍ଯ୍ୟ ଏବେ ସବୁଠାରୁ ଦ୍ରୁତ ଆଇପିଏଲ୍‌ ଶତକ ସୂଚୀରେ ଟ୍ରେଭିସ୍‌ ହେଡ୍‌ ଏବଂ ଡେଭିଡ୍‌ ମିଲରଙ୍କ ଭଳି ଶୀର୍ଷ ନାଁ ସହିତ ବର୍ଷିଆନ କ୍ରିସ ଗେଲ୍‌ଙ୍କ ପଛରେ ରହିଛନ୍ତି। 

ଆଇପିଏଲ୍‌ରେ ଦ୍ରୁତତମ ଶତକ: 

୩୦ - କ୍ରିସ୍ ଗେଲ୍ (ଆରସିବି) ବନାମ ପିଡବ୍ଲୁଆଇ, ବେଙ୍ଗାଲୁରୁ, ୨୦୧୩

୩୭ - ୟୁସୁଫ ପଠାନ (ଆରଆର) ବନାମ ଏମ୍ଆଇ, ମୁମ୍ବାଇ ବାର୍ବୋନ ଷ୍ଟାଡିୟମ, ୨୦୧୦

୩୮ - ଡେଭିଡ୍ ମିଲର୍ (କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ) ବନାମ ଆରସିବି, ମୋହାଲି, ୨୦୧୩

୩୯ - ଟ୍ରାଭିସ୍ ହେଡ୍ (ଏସ୍‌ଆର୍‌ଏଚ୍) ବନାମ ଆରସିବି, ବେଙ୍ଗାଲୁରୁ, ୨୦୨୪

୩୯- ପ୍ରିୟାଂଶ ଆର୍ଯ୍ୟା (ପଞ୍ଜାବ କିଙ୍ଗ୍‌ସ) ବନାମ ସିଏସ୍‌କେ, ମୁଲ୍ଲାପୁର, ୨୦୨୫

କିଏ ଏହି ପ୍ରିୟାଂଶ ଆର୍ଯ୍ୟା ?

ଦିଲ୍ଲୀ ପ୍ରିମିୟର ଲିଗ୍ (ଡିପିଏଲ୍‌)ରେ ପ୍ରଥମେ ପ୍ରିୟାଂଶ ଆର୍ଯ୍ୟ ଚହଳ ସୃଷ୍ଟି କରିଥିଲେ, ସେତେବେଳେ ସେ ଗୋଟିଏ ଓଭରରେ ୬ଟି ଛକା ମାରି ୫୦ ବଲରେ ୧୨୦ ରନ କରିଥିଲେ। ପ୍ରିୟାଂଶଙ୍କ ସେହି ଗୋଟିଏ ପ୍ରଦର୍ଶନ ସ୍କାଉଟ୍ସ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗୁଡ଼ିକୁ ଭାବିବାକୁ ବାଧ୍ୟ କରିଥିଲା। ଏବଂ ୨୦୨୫ ନିଲାମରେ ପ୍ରିୟାଂଶଙ୍କୁ କିଣିଥିଲା ପଞ୍ଜାବ। ୨୦୨୫ ଆଇପିଏଲ୍‌ ନିଲାମୀରେ ପ୍ରିୟାଂଶଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଥିବା ବେଳେ ତାଙ୍କୁ ପଞ୍ଜାବ କିଙ୍ଗ୍‌ସ ୩.୮ କୋଟିରେ କିଣିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.