ନୂଆଦିଲ୍ଲୀ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଭାରତ ସହ ଟାରିଫ୍କୁ ନେଇ ବିବାଦ ଜାରି ରହିଛି। ଏହି ବିବାଦ ଭିତରେ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ଆଲାସ୍କାରେ ବୈଠକ କରିବାକୁ ଯାଉଛନ୍ତି। ଏସବୁ ଭିତରେ ଆଲାସ୍କାରେ ହେବାକୁ ଯାଉଛି ଭାରତ ଓ ଆମେରିକା ସେନାର ଏକ ବଡ଼ ସମରାଭ୍ୟାସ।ଏହାର ନାଁ ରହିଛି ‘ଯୁଦ୍ଧ ଅଭ୍ୟାସ’। ଚଳିତ ବର୍ଷ ଏହାର ୨୧ ତମ ସଂସ୍କାରଣ ୧ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆମେରିକାର ଆଲାସ୍କାରେ ହେବ।
ଏହି ଅଭ୍ୟାସ ଦୁଇ ଦେଶ ଭିତରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବ। ଆସନ୍ତୁ ଜାଣିବା ଏହି ଅଭ୍ୟାସ କ’ଣ ? କିଭଳି ହେବ ? ‘ଅପରେସନ୍ ସିନ୍ଦୂର’ରୁ ମିଳିଥିବା ଶିକ୍ଷା ଏଥିରେ କିଭଳି କାମରେ ଆସିବ ? ‘ଯୁଦ୍ଧ ଅଭ୍ୟାସ’ ଏକ ବାର୍ଷିକ ଜଏଣ୍ଟ ମିଲିଟାରୀ ଓ୍ବାରଗେମ୍, ଯାହାକି ୨୦୦୪ ରେ ଆରମ୍ଭ ହୋଇଥିଲା। ଏହା ଭାରତ ଓ ଆମେରିକା ସେନା ଭିତରେ ହୋଇଥାଏ। ପ୍ରତିବର୍ଷ ଏହା ଭାରତ କିମ୍ବା ଆମେରିକାରେ ବାରମ୍ବାର ଆୟୋଜିତ ହୋଇଥାଏ। ଗତ ବର୍ଷ ଅର୍ଥାତ ୨୦୨୪ ରେ ଏହାର ୨୦ ତମ ସଂସ୍କରଣ ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ହୋଇଥିଲା। ଏଥର ଆଲାସ୍କାରେ ହେବ, ଯେଉଁଠାରେ ଥଣ୍ଡା ଓ ଉଚ୍ଚା ପାହାଡିଆ ଅଞ୍ଚଳରେ ଅଭ୍ୟାସ ହେବ। ଏହାର ଲକ୍ଷ୍ୟ ଦୁଇ ଦେଶର ସେନାକୁ ଏକାଠି ମିଶାଇ ଆତଙ୍କ ନିରୋଧି ଅପରେସନ୍ ପାଇଁ ଟ୍ରେନିଂ ଦେବା।
ଏଥର ‘ଯୁଦ୍ଧ ଅଭ୍ୟାସ’ ର ପରିସର ଆହୁରି ଜଟିଳ ହୋଇଛି। ଭାରତରୁ ପ୍ରାୟ ୪୦୦ରୁ ଅଧିକ ସୈନିକ ଏଥିରେ ଭାଗ ନେବେ, ଯାହାକି ଗତ ବର୍ଷଠାରୁ ଅଧିକ। ଏଥିରେ ମାଡ୍ରାସ ରେଜିମେଣ୍ଟର ଯବାନ ଲିଡ୍ କରିବେ। ସବୁ ପ୍ରକାର ଆର୍ମି ୟୁନିଟ୍ ସାମିଲ ହେବେ। ଆମେରିକା ସେନା ମଧ୍ୟ ନିଜର ନୂଆ ହତିଆର ଓ ଟେକ୍ନୋଲୋଜି ଦେଖାଇବେ। ସବୁଠାରୁ ଖାସ୍ କଥା ଏହା ଯେ, ନିଜ ଷ୍ଟ୍ରକଚର ଗାଡିର ପାଣିରେ amphibious ସଂସ୍କରଣ ସୃଷ୍ଟି କରିବ। ଭାରତ ପୂର୍ବରୁ ଷ୍ଟ୍ରାଇକରକୁ ଟେଷ୍ଠିଂ କରିଥିଲା। ଏବେ ପାଣିରେ ଚାଲୁଥିବାର ଟେଷ୍ଠିଂ କରିବ। ଯଦି ଏହା ସଫଳ ରୁହେ, ତେବେ ଭାରତ ଏହାକୁ କିଣିବା ଉପରେ ବିଚାର କରିପାରେ।
ଏହି ଅଭ୍ୟାସରେ ଆମେରିକା ସେନା ଦ୍ବାରା ନିକଟରେ ହୋଇଥିବା ଅପରେସନ ସିନ୍ଦୂରରୁ ଶିକ୍ଷା ମିଳିବ। ଅପରେସନ୍ ସିନ୍ଦୂର ଏକ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା। ଯେଉଁଥିରେ ଭାରତ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଅପରେସନ୍ରେ ଭାରତ ନିଜର ରଣନୀତି, ଶକ୍ତି ଓ କ୍ଷମତା ବ୍ୟବହାର କରିଥିଲା। ଆଗକୁ ୧୪ ଦିନର ହେବାକୁ ଥିବା ଅଭ୍ୟାସରେ ଆତଙ୍କ ନିରୋଧି ଡ୍ରିଲ୍, ମିଳିତ ଯୋଜନା, ଫିଲ୍ଡ ଟ୍ରେନିଂ, ସହଯୋଗ ଓ ଦୋସ୍ତି, ପ୍ରାକୃତିକ ବିପଦରୁ ରକ୍ଷା।