ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କ’ଣ ଏହି ସିଷ୍ଟମ ? ଯାହାର ଗୋଟେ ଭୁଲ ଯୋଗୁଁ ଗୋଟିଏ ଟ୍ରାକ୍‌ରେ ଆସି ମାଡ଼ ହୁଏ ଦୁଇଟି ଟ୍ରେନ୍ ! ଜାଣନ୍ତୁ ଏହାର କାମ …

କୋଲକାତା,୧୬।୬:  ପଶ୍ଚିମବଙ୍ଗର ନ୍ୟୁ ଜଲପାଇ ଗୁଡିରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା। ଟ୍ରାକ୍‌ରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ରୁ ପଛରୁ ପିଟିଲା ମାଲବାହୀ ଟ୍ରେନ୍।  ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।ଗତ ବର୍ଷ ଓଡିଶରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଭଳି ଏଥର ମଧ୍ୟ ଗୋଟିଏ   ଟ୍ରାକ୍‌ରେ ଦୁଇଟି ଟ୍ରେନ୍ ଆସିଯିବା କାରଣରୁ ହୋଇଛି ଏହି ଦୁର୍ଘଟଣା।

ଏହାପରେ ପ୍ରଶ୍ନ ଉଠୁଛି ଯେ, ଏଭଳି କେଉଁ ଭୁଲ କାରଣରୁ ଘଟିଛି ? ଦୁଇଟି ଟ୍ରେନ୍ କିଭଳି ଗୋଟିଏ ଟ୍ରାକ୍‌କୁ ଚାଲି ଆସିଲେ ? ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ରେଲଓ୍ବେର ଏହି ସିଷ୍ଟମ କିଭଳି କାମ କରେ ଓ କେଉଁ ଭଳି ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍ ଆସିବାକୁ ରୋକି ହେବ, ଯାହାଫଳରେ ଏଭଳି ବଡ଼ ଦୁର୍ଘଟଣାର ସାମନା କରିବାକୁ ପଡିବନି।

ଅଧିକାଂଶ ଗୋଟିଲ ଟ୍ରାକ୍‌ରେ ଦୁଇଟି ଟ୍ରେନ୍ ଦୁର୍ଘଟଣା ହେବାର କାରଣ ହେଉଛି ସିଗନାଲ ଫଲ୍ଟ କିମ୍ବା ଇଲେକ୍ଟେ୍ରାନିକ୍ ଇଣ୍ଟରଲକିଂ ଚେଞ୍ଜରେ କୌଣସି ଭୁଲ ହେବା। ରେଲଓ୍ବେର ପ୍ରତି ଟ୍ରେନ୍ ଓ ଏହାର ରୁଟ୍ ହିସାବରେ ଇଲୋଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ ସେଟ୍ ହୋଇଥାଏ। ଏହି କାରଣରୁ ପ୍ରତି ଟ୍ରେନ୍ ଅଲଗା ଅଲଗା ଟ୍ରାକ୍‌ରେ ରହିଥାଏ ଓ ଦୁର୍ଘଟଣାର ସମ୍ଭାବନା ନଥାଏ।

ବିସିସି ରିପୋର୍ଟ ଅନୁସାରେ, ରେଲଓ୍ବେ ଟ୍ରାକ୍‌ରେ ଇଲେକ୍ଟ୍ରିକାଲ ସର୍କିଟ ଇନଷ୍ଟଲ ଲଗା ଯାଇଥାଏ। ଯେତେବେଳେ ଟ୍ରେନ୍ ଟ୍ରାକ୍‌ ସେକ୍ସନକୁ ଆସେ ଏହି ସର୍କିଟ ଜରିଆରେ ଟ୍ରେନ୍ ଆସିବା ନେଇ ଜଣା ପଡିଥାଏ। ଟ୍ରେନ୍ ଆସିବା କଥା ଜଣା ପଡିବା ପରେ ଟ୍ରାକ୍ ସର୍କିଟ ଏହାର ସୂଚନା ଆଗକୁ ଫରଓ୍ବାର୍ଡ କରିଥାଏ ଓ ଏହା ଆଧାରରେ ଇଆଇସି କନଟ୍ରୋଲ ସିଗନାଲ ଆଦିକୁ କନଟ୍ରୋଲ୍ କରିଥାଏ। ଏହ  ସହିତ ସେହି ସୂଚନା ଆଧାରରେ ସୂଚନା ଦିଆଯାଇଥାଏ ଏବେ ଟ୍ରେନ୍ କେଉଁ ଆଡେ ଯାଉଛି ? ଆପଣ ଦେଖିଥିବେ ବହୁ ସ୍ଥାନରେ ସିଧା ଟ୍ରାକ୍ ଥାଏ, କିନ୍ତୁ କିଛି ସ୍ଥାନରେ ଟ୍ରାକ୍ ଜାଲ ଭଳି ରହିଥାଏ, ଯାହା ଜରିଆରେ କୌଣସି ଟ୍ରେନ୍‌ର ଟ୍ରାକ୍ ବଦଳାଇ ଦିଆଯାଇଥାଏ। ଓ ଟ୍ରେନ୍ କୌଣସି ଅଲଗା ଆଡକୁ ମୋଡି ହୋଇଥାଏ। 

ଦୁଇଟି ଟ୍ରାକ୍ ଭିତରେ ଗୋଟିଏ ସ୍ବିଚ୍ ଥାଏ, ଯାହା ଜରିଆରେ ଦୁଇଟି ଟ୍ରାକ୍‌କୁ ପରସ୍ପର ସହ ଯୋଡି ହୋଇଥାନ୍ତି। ଏଭଳି ସ୍ଥିତିରେ ଯେତେବେଳେ ଟ୍ରେନ୍‌ର ଟ୍ରାକ୍‌କୁ ବଦଳାଇବାକୁ ପଡେ କନଟ୍ରୋଲ ରୁମ୍‌ରେ ଥିବା କର୍ମଚାରୀ କମାଣ୍ଡ ମିଳିବା ପରେ ଟ୍ରାକ୍‌ରେ ଥିବା ଦୁଇଟି ସ୍ବିଚ୍‌ର ମୁଭମେଣ୍ଟକୁ ରାଇଟ୍ ଓ ଲେଫ୍ଟ ଆଡକୁ ମୋଡିଥାନ୍ତି ଓ ଟ୍ରାକ୍ ଚେଞ୍ଜ ହୋଇଥାଏ।

 

 

 

 

 

  • prameyanews
  • PrameyaOdia
  • Kanchanjunga Express Accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.