ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମମତାଙ୍କ ବିରୋଧରେ ପୁଣି ବ୍ୟବସାୟୀଙ୍କ ମେଳି: ବନ୍ଦ ହେବ ଶୀତଳ ଭଣ୍ଡାର, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ

Published By : Prameya | December 9, 2024 9:04 AM

ଭୁବନେଶ୍ୱର,୦୯/୧୨: ଆଳୁ ପାଇଁ  ପଶ୍ଚିମବଙ୍ଗରେ ଶୁଭୁଛି ଓଡ଼ିଶା ସପକ୍ଷରେ ନାରା । ଓଡ଼ିଶା ଓ ଅନ୍ୟ ରାଜ୍ୟକୁ ଆଳୁ ଦେବାକୁ ଅଡ଼ି ବସିଛନ୍ତି ବଙ୍ଗ ବ୍ୟବସାୟୀ ।  କିନ୍ତୁ ଏବେବି ଜିଦ୍‌ରେ ଅଟଳ ମମତା ସରକାର ।  ତେଣୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ  ସଜବାଜ ହେଉଛନ୍ତି ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାର କର୍ମଚାରୀ । 

ଆଜି ଠାରୁ ପୁଣିଥରେ  ଆନ୍ଦୋଳନ ହେବ ବୋଲି ଜଣାପଡ଼ିଛି ।  ସରକାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ  କରି ଗତ ଏକ ସପ୍ତାହ ତଳେ ପଶ୍ଚିମବଙ୍ଗ  ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାର  କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  ଆନ୍ଦୋଳନ କରିଥିଲେ । ଶୀତଳଭଣ୍ଡାରରେ ତାଲା ପଡ଼ିଥିଲା । ଫଳରେ ସେଠାରେ ଆଳୁ  ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ମାତ୍ର କେଇ  ଘଣ୍ଟା ମଧ୍ୟରେ ସରକାର ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ  ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାରଣ  ଆଳୁଗୁଡ଼ିକ ପଡ଼ିରହି ପଚିଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ରାଜ୍ୟ ପାଇଁ  ଆଳୁ ରଖାଯାଇ ଅବଶିଷ୍ଟ ଆଳୁକୁ ଅନ୍ୟ ରାଜ୍ୟକୁ  ରତ୍ପାନୀ କରିବା ଉପରେ ମମତା ସରକାର ବିଚାର କରୁଛନ୍ତି ବୋଲି  କୁହାଯାଇଥିଲା । ହେଲେ ଆଜି  ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ସପକ୍ଷରେ  କୌଣସି ନିଷ୍କର୍ସ ବାହାରିପାରିନି । ତେଣୁ  ପୁଣି ଶୀତଳଭଣ୍ଡାରରେ ତାଲା ଝୁଲାଇ ଆନ୍ଦୋଳନ  କରିବାକୁ ସଜବାଜ ହେଉଛନ୍ତି ଆଳୁ ବ୍ୟବସାୟୀ । 

ଅପରପକ୍ଷେ, ଓଡ଼ିଶାରେ ଆଳୁ ସ୍ଥିତି  ସୁଧୁରିବାର ନାଁ ଧରୁନି । ଦୈନିକ ଶତାଧିକ  ଟ୍ରକ ଆଳୁ ଓଡ଼ିଶାକୁ ଆସୁଥିବା ସତ୍ତେ୍ୱ  ଦର କମୁନି । ଦର ସେହି ୪୦ରେ ଅଟକି  ରହିଛି । ଆଳୁ ଦର ହ୍ରାସ ପଦକ୍ଷେପ କେବଳ  ବୟାନବାଜିରେ ସୀମିତ ରହିଛି । ବାରମ୍ବାର  ଯୋଗାଣ ବିଭାଗର ଚଢ଼ଉ ସତ୍ତେ୍ୱ ଦର  ଖସୁନଥିବାରୁ ଖାଉଟି ଅସନ୍ତୋଷ  ପ୍ରକାଶ କରିଛନ୍ତି । 

ରବିବାର  ୧୫୦ ଟ୍ରକ ଆଳୁ ରାଜ୍ୟକୁ  ଆସିଛି । ରାଜ୍ୟ ବ୍ୟବସାୟୀ  ମହାସଂଘର ସାଧାରଣ  ସମ୍ପାଦକ ସୁଧାକର ପଣ୍ଡା  କହିଛନ୍ତି, ରାଜ୍ୟରେ ଆଳୁ ସମସ୍ୟା  ଆଉ ନାହିଁ । ସବୁ ମଣ୍ଡିରେ ଆଳୁ ମହଜୁଦ  ରହୁଛି । ପାଇକାରୀ ଦର କମୁଛି । ହେଲେ  ବଜାର ଦର ଆମେ କିଛି କରିପାରିବୁନି । ସେହି  ଦର ନିୟନ୍ତ୍ରଣକୁ ଆଣିବା ସରକାରଙ୍କ କାମ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.