ପ୍ରମୂଖ ଖବର
  • ଜଗତସିଂହପୁର : ଗଛରେ ଝୁଲୁଛି ଅଚିହ୍ନା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ରଥଯାତ୍ରା ଆଉ ୫ ଦିନ, ଆଜି ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ବିବାହ ଖାଦ୍ୟ ବର୍ଜ୍ୟ ବଢ଼ାଉଛି ସଙ୍କଟ, ପରିତ୍ୟକ୍ତ ଖାଦ୍ୟ ପଚି ଉତ୍ପନ୍ନ କରୁଛି ମିଥେନ୍‌ ଗ୍ୟାସ୍

Published By : Rasmita Pradhan | June 21, 2025 12:23 PM

ଭୁବନେଶ୍ଵର : ଭାରତୀୟ ବିବାହର ଭବ୍ୟତା ବିଶ୍ୱରେ ନିଆରା । ସାଂସ୍କୃତିକ, ପାରମ୍ପରିକ ରୀତିନୀତି ସହିତ ବିଳାସବହୁଳ ପ୍ରୀତି ଭୋଜନ ଏହାକୁ ଆହୁରି ଭବ୍ୟ କରେ । କିନ୍ତୁ ଏଭଳି ଉତ୍ସବରେ ଖାଦ୍ୟ ଅପଚୟର ଟ୍ରେଣ୍ଡ୍‌ ବଢ଼ିବାରେ ଲାଗିଛି । ଭାରତରେ ବର୍ଷକୁ ୧ କୋଟିରୁ ଅଧିକ ବିବାହ ଉତ୍ସବ ଆୟୋଜିତ ହେଉଛି । ଏହି ଉତ୍ସବ ଦେଶରେ ଖାଦ୍ୟ ଅପଚୟର ଅନ୍ୟତମ ପ୍ରମୁଖ ସ୍ରୋତ, ଯାହା ମିଥେନ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପଛରେ ମୁଖ୍ୟ କାରଣ ହୋଇଛି । କ୍ଷୁଧା ସହ ମୁକାବିଲା କରୁଥିବା ଏନ୍‌ଜିଓ ଫିଡିଂ ଇଣ୍ଡିଆ ଅନୁସାରେ, ହାରାହାରି ଗୋଟିଏ ଭାରତୀୟ ବିବାହରେ ଯେକୌଣସି ସ୍ଥାନରେ ୩୦-୫୦ କିଲୋ ଖାଦ୍ୟ ନଷ୍ଟ ହେଉଛି । ସେହିପରି ଭବ୍ୟ ବିବାହରେ ଏହି ପରିମାଣ ୮୦୦ କିଲୋକୁ ବୃଦ୍ଧି ହୋଇପାରେ । ବିଶ୍ୱସ୍ତରରେ ଖାଦ୍ୟ ଅପଚୟ ଏକ ଗମ୍ଭୀର ସମସ୍ୟା ହୋଇଛି । 

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଏବଂ ୱେଷ୍ଟ୍‌ ଆଣ୍ଡ ରିସୋର୍ସେସ ଆକ୍ସନ ପ୍ରୋଗ୍ରାମ (ଡବ୍ଲ୍ୟୁଆର୍‌ଏପି) ଦ୍ୱାରା ଜାରି ଖାଦ୍ୟ ଅପଚୟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ଦର୍ଶାଇଛି ଯେ, ବିଶ୍ୱସ୍ତରରେ ପ୍ରତିଦିନ ୧ କୋଟି ମିଲ୍‌ ନଷ୍ଟ ହେଉଛି । ଏଥିରେ ଘରୋଇ ବର୍ଜ୍ୟର ସବୁଠୁ ବଡ଼ ଅଂଶ ଅର୍ଥାତ୍‌ ଏହି ବିଶ୍ୱସ୍ତରୀୟ ଖାଦ୍ୟ ବର୍ଜ୍ୟର ୬୦ ପ୍ରତିଶତରୁ ଅଧିକ ରହିଛି । ଭାରତରେ ବିବାହ ଭୋଜିରେ ବଡ଼ ଆକାରର ବୁଫେର ଆୟୋଜନ, ଅତିଥି ଆକଳନରେ ତ୍ରୁଟି ଏବଂ ଖାଦ୍ୟ ଦାନ ସମ୍ପର୍କରେ ସାଧାରଣ ସଚେତନତାର ଅଭାବ ଖାଦ୍ୟ ଅପଚୟର କାରଣ । ଏଥିପାଇଁ ଲୋକେ କେବଳ ଭୋକରେ ରହୁନାହାନ୍ତି, ପରିବେଶ ଅବକ୍ଷୟରେ ମଧ୍ୟ ଏହା ଗମ୍ଭୀର ରୂପେ ଦାୟୀ । 

ପରିତ୍ୟକ୍ତ ଖାଦ୍ୟ ଅଳିଆ ଗଦାରେ ଜମା ହୋଇ ପଚିବାକୁ ଲାଗେ । ସେଥିରୁ ମିଥେନ ଗ୍ୟାସ୍‌ ଉତ୍ପନ୍ନ ହୁଏ । ଏହା ଏକ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌, ଯାହା ଉତ୍ତାପନ ସାମର୍ଥ୍ୟ ମାମଲାରେ ଅଙ୍ଗାରକାମ୍ଳ ତୁଳନାରେ ପ୍ରାୟ ୮୦ ଗୁଣ ଅଧିକ ଶକ୍ତିଶାଳୀ । ମିଥେନ ଗ୍ୟାସ୍‌ ବାୟୁମଣ୍ଡଳରେ ୨୦ ବର୍ଷରୁ ଅଧିକ ସମୟ ରହିପାରେ । ପ୍ରାକ୍‌-ଔଦ୍ୟୋଗିକ ସମୟରୁ ବିଶ୍ୱ ତାପମାତ୍ରା ବୃଦ୍ଧିରେ ଏହା ୩୦ ପ୍ରତିଶତ ଦାୟୀ ହୋଇ ଆସିଛି । ପ୍ୟାରିସ ଚୁକ୍ତି ଦ୍ୱାରା ସ୍ଥିର ସୀମାକୁ ଜଳବାୟୁ ପରିବର୍ତ୍ତନ ଟପିସାରିଛି । ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ଅପଚୟ ଏହି ସଙ୍କଟକୁ ଆହୁରି ବଢ଼ାଉଛି । 

ୟୁଏନ୍‌ଇପି ରିପୋର୍ଟ ଉଲ୍ଲେଖ କରିଛି ଯେ, ମାନବକୃତ ମିଥେନ ଗ୍ୟାସ୍‌ ନିର୍ଗମନକୁ ଦଶନ୍ଧି ମଧ୍ୟରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇ ପାରିବ । ଏହି ପରିବର୍ତ୍ତନ ୨୦୪୫ ସୁଦ୍ଧା ପ୍ରାୟ ୦.୩ ସେଲ୍‌ସିୟସ ବିଶ୍ୱ ଉତ୍ତାପନକୁ ରୋକିପାରେ ଏବଂ ପ୍ୟାରିସ ଚୁକ୍ତିରେ ସ୍ଥିର ହୋଇଥିବା ୧.୫ ଡିଗ୍ରୀ ସେଲ୍‌ସିୟସ ସୀମା ଭିତରେ ପୃଥିବୀକୁ ରଖିପାରେ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ପ୍ରତି ବର୍ଷ ୧୦୦ କୋଟି ଟନ୍‌ ଖାଦ୍ୟ ନଷ୍ଟ ହେଉଛି । ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକ ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି । ତନ୍ମଧ୍ୟରୁ ୭୮.୩ କୋଟି ଲୋକ କ୍ଷୁଧାର ସମ୍ମୁଖୀନ ହେଉଛନ୍ତି । ଏହି ଉତ୍କଟ ସ୍ଥିତି ତତ୍‌କାଳ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.