ପ୍ରମୂଖ ଖବର
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ରଥଯାତ୍ରା ଆଉ ୫ ଦିନ, ଆଜି ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ନିର୍ବାଚନ କମିଶନଙ୍କ ନୂଆ ନିୟମ ପ୍ରମାଣ ନଷ୍ଟ କରିବ, ଜବାବ୍‌ରେ ଇସି କହିଲେ, ଏଭଳି କରିବା...

Published By : Harapriya Biswal | June 21, 2025 6:29 PM

ନୂଆଦିଲ୍ଲୀ,୨୧।୬:  ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଶନିବାର ପୁଣି ଥରେ ନିର୍ବାଚନ କମିଶନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ଜାଣିଶୁଣି ନିର୍ବାଚନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାହୁଲ କହିଛନ୍ତି ଯେ ଯେତେବେଳେ କମିଶନଙ୍କ ଉତ୍ତର ଦେବା କାର୍ଯ୍ୟ. ସେତେବେଳେ ସେମାନେ ପ୍ରମାଣ ନଷ୍ଟ କରୁଛନ୍ତି। କାରଣ ନିର୍ବାଚନ କମିଶନ ନିର୍ବାଚନର ୪୫ ଦିନ ପରେ ସିସିଟିଭି, ୱେବକାଷ୍ଟିଂ ଏବଂ ଭିଡିଓ ଫୁଟେଜ୍ ନଷ୍ଟ କରିବାକୁ ତାଙ୍କ ଅଧିକାରୀମାନଙ୍କୁ ଗତ ମଇ ୩୦ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।

ରାହୁଲ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ‘ଭୋଟର ଲିଷ୍ଟ ? ମେସିନ୍ ରିଡେବଲ ଫର୍ମାଟ ଦେବନି। ସିସିଟିଭି ଫୁଟେଜ୍ ? ଆଇନ ବଦଳାଇ ଲୁଚାଇ ଦେଲେ। ନିର୍ବାଚନ ଫଟୋ ଭିଡିଓ ? ଏବେ ବର୍ଷେ ନୁହେଁ ତାହା ୪୫ ଦିନରେ ନଷ୍ଟ କରିଦେବେ। ଯାହାଙ୍କଠାରୁ ଜବାବ୍ ଦରକାର ସେ ହିଁ ପ୍ରମାଣ ନଷ୍ଟ କରୁଛନ୍ତି। ସ୍ପଷ୍ଟ ଦେଖାଯାଉଛି ମ୍ୟାଚ ଫିକ୍ସିଂ ହେଉଛି। ଫିକ୍ସ କରାଯାଇଥିବା ନିର୍ବାଚନ ଲୋକତନ୍ତ୍ର ପାଇଁ ବିଷ।’ ରାହୁଲ ମହାରାଷ୍ଟ୍ର୍ର ବିଧାନସଭା ନିର୍ବାଚନରେ ଅନିୟମିତତାର ଅଭିଯୋଗ କରିଛନ୍ତି। ସେ ନିର୍ବାଚନରେ ଭୋଟରଲିଷ୍ଟ, ମତଦାତା ଡାଟା ଓ ଭିଡିଓ ଫୁଟେଜ ଦାବି  କରୁଛନ୍ତି। ନିର୍ବାଚନ କମିଶନ ଏହାର ଜବାବ୍‌ରେ କହିଥିଲେ, ରାହୁଲ କେବଳ ଅଭିଯୋଗ କରୁଛନ୍ତି, କିନ୍ତୁ ଲିଖିତ ଅଭିଯୋଗ କରୁନାହାନ୍ତି। 

ରାହୁଲଙ୍କ ଏହି ଅଭିଯୋଗ ନେଇ ନିର୍ବାଚନ କମିଶନ୍‌ ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ କେନ୍ଦ୍ରର ଓ୍ବେବକାଷ୍ଟିଂ ଫୁଟେଜକୁ ସାର୍ବାଜନୀନ କରିବା ମତଦାତାଙ୍କ ଗୋପନୀୟତା ଓ ସୁରକ୍ଷା ପାଇଁ ବିପଦ। ଏଭଳି ଦାବୀ ଜନହିତ ଓ ଲୋକତାନ୍ତ୍ରିକ ବିଶ୍ବସ୍ଥତାର ସମର୍ଥନରେ ଲାଗିଥାଏ, କିନ୍ତୁ ବାସ୍ତବରେ ଏହାର ଉଦେଶ୍ୟ ଏହାର ବିପରୀତ ରହିଥାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.