ପ୍ରମୂଖ ଖବର
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ରଥଯାତ୍ରା ଆଉ ୫ ଦିନ, ଆଜି ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଡିଜିସିଏର ବଡ଼ କାର୍ଯ୍ୟାନୁଷ୍ଠାନ, ତିନି ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ

Published By : Harapriya Biswal | June 21, 2025 2:36 PM

ନୂଆଦିଲ୍ଲୀ,୨୧।୬: ଏୟାର ଇଣ୍ଡିଆ ବିରୋଧରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ର କଡା କାର୍ଯ୍ୟାନୁଷ୍ଠାନ। କ୍ରୁ ସିଡ୍ୟୁଲିଂ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବାକୁ ଏୟାରଲାଇନ୍ସକୁ ଦେଇଛି ନିର୍ଦ୍ଦେଶ । ବିମାନ ସୁରକ୍ଷା ପ୍ରୋଟୋକଲର ଗମ୍ଭୀର ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦାୟୀ ଥିବା ଅଧିକାରୀମାନଙ୍କ ମଧ୍ୟରେ ଚୁରା ସିଂହ (ଡିଭିଜନାଲ ଭାଇସ୍ ପ୍ରେସିଡେଣ୍ଟ), ପିଙ୍କି ମିତ୍ତଲ (ଚିଫ୍ ମ୍ୟାନେଜର - କ୍ରୁ  ପ୍ଲାନିଂ) ଏବଂ ପାୟଲ ଆରୋରା (କ୍ରୁ ସିଡ୍ୟୁଲିଂ - ପ୍ଲାନିଂ) ଙ୍କ ନାଁ ରହିଛି। ଡିଜିସିଏ ସ୍ପଷ୍ଟ କରିଛି ଯେ ଏହି ଅଧିକାରୀମାନଙ୍କୁ କ୍ରୁ ସିଡ୍ୟୁଲିଂ ଦାୟିତ୍ୱରୁ ତୁରନ୍ତ ହଟାଇ ଦିଆଯିବା ଉଚିତ। ଜୁନ୍ ୨୦ରେ DGCA ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏହି ଅଧିକାରୀମାନେ ଅନେକ ଗୁରୁତର ତ୍ରୁଟି କରିଛନ୍ତି 

DGCA ଏହି ଅଧିକାରୀଙ୍କ ବିରୁଦ୍ଧରେ କୌଣସି ବିଳମ୍ବ ନକରି ଆଭ୍ୟନ୍ତରୀଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏହା ସହ କହିଛି ଏପରି କାର୍ଯ୍ୟାନୁଷ୍ଠାନର ଫଳାଫଳ ନେଇ ୧୦ ଦିନ ମଧ୍ୟରେ ରିପୋର୍ଟ ଦିଆଯାଉ। ଲାଇସେନ୍ସିଂ, ରେଷ୍ଟ ନର୍ମସ ଓ ରିସେସିଂ ମାନଦଣ୍ଡ ପୁରା ନକରିବା ପରେ ବି ଫ୍ଲାଇଟ୍ କ୍ରୁ ଙ୍କୁ ସିଡ୍ୟୁଲ ଓ ପରିଚାଳନା କରାଗଲା। 

୧୨ ଜୁନରେ ସର୍ଦ୍ଦାର ବହ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସେକେଣ୍ଡରେ ୮୭୮-୮ ଡ୍ରୀମ୍ ଲାଇନର କ୍ରାସ ହୋଇଯାଇଥିଲା। ଏଥିରେ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। କେବଳ ମାତ୍ର ଜଣେ ଯାତ୍ରୀ ହିଁ ବଞ୍ଚିପାରିଥିଲେ। ଏହା ଛଡା ନିକଟରେ ଥିବା ବିଜେ ମେଡିକାଲ କଲେଜର ୨୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.