ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ନୂତନ ସରକାର ଗଠନ ପାଇଁ ନ୍ୟାସନାଲ କନଫରେନ୍ସକୁ ନିସର୍ତ୍ତ ସମର୍ଥନ ଜଣାଇବ କଂଗ୍ରେସ । ଜମ୍ମୁକାଶ୍ମୀର କଂଗ୍ରେସ ମୁଖ୍ୟ ତାରିକ୍ ହମିଦ୍ କରା ଏହି ସୂଚନା ଦେଇଛନ୍ତି । ଏଠାରେ ନୂତନ ସରକାରରେ କ୍ୟାବିନେଟ ସ୍ତରରେ ଆସନ ବୁଝାମଣାକୁ ନେଇ କୌଣସି ସର୍ତ୍ତ ରହିବନି ବୋଲି ସେ କହିଛନ୍ତି ।
ଏହାକୁ ନେଇ ସେ କହିଛନ୍ତି କି, ନୂତନ ସରକାର ଗଠନରେ କଂଗ୍ରେସ ପକ୍ଷରୁ କୌଣସି ସର୍ତ୍ତ ନାହିଁ । ଆମେ ଜମ୍ମୁକାଶ୍ମୀର ଲୋକଙ୍କ ସ୍ବାର୍ଥ ପାଇଁ ନ୍ୟାସନାଲ କନଫରେନ୍ସକୁ ସମର୍ଥନ କରିବୁ । ଆମେ ସେମାନଙ୍କ ସହ ସାଧାରଣ ଭାବେ ବସିବୁ ଏବଂ ଲୋକାଭିମୂଖି ସରକାର ଗଠନ କରିବାରେ ସହାୟକ ହେବୁ ।
ଏନେଇ ଶୁକ୍ରବାର କଂଗ୍ରେସ ମୁଖ୍ୟ ତାରିକ୍ ହାମିଦ୍ କରା ଏବଂ ଦଳୀୟ ନେତା ଘୁଲାମ ଅହମଦ ମିର୍ ନ୍ୟାସନାଲ କନଫରେନସ ସଭାପତି ଓମାର ଅବଦୁଲ୍ଲାଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ କିଛି ସ୍ବାଧିନ ବିଧାୟକ ଏବଂ ଆପ୍ ବିଧାୟକ ଦେବଦତ୍ତ ମେହରାଜ ମଲିକ୍ ମଧ୍ୟ ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧିନ ନ୍ୟାସନାଲ କନଫରେନସକୁ ସମର୍ଥନ ଜଣାଇଛନ୍ତି ।
ସୂଚନାଥାଉକି ଜମ୍ମୁକାଶ୍ମୀରରେ ୯୦ ଆସନ ବିଶିଷ୍ଟ ବିଧାନସଭାରେ ଏନସିକୁ ୪୨ ଟି ଆସନ ମିଳିଥିବା ବେଳେ, ବିଜେପିକୁ ୨୯, କଂଗ୍ରେସ ୬, ଆପ୍କୁ ୧ ଗୋଟିଏ ଆସନ ମିଳିଛି ।