ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଓଡ଼ିଶାକୁ ଦେଶ ନୁହେଁ ଦୁନିଆର ନକ୍ସାରେ ପ୍ରାଥମିକତା ଦେବାକୁ ଚାହୁଁଛି : ମୋଦି

ଭୁବନେଶ୍ବର,୨୯/୧୧ :  ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ପିଏମ୍ ମୋଦିଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । କାର୍ଯ୍ୟସୂଚୀ ଅନୁସାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦର କ୍ୟାମ୍ପସ୍‌ ପାଖରେ ପ୍ରଧାନମନ୍ତ୍ରୀ ମୋଦି ଏକ ସଭାକୁ ସମ୍ୱୋଧନ କରିଛନ୍ତି । ଯେଉଁଥିରେ ସେ ଜୟ ଜଗନ୍ନାଥ । ସବୁ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଶୁଭେଚ୍ଛା ଓ ଅଭିନନ୍ଦନ କହି ଓଡ଼ିଆରୁ ନିଜର ଭାଷଣ ଆରମ୍ଭ କରିଥିଲେ । 

ସେ କହିଛନ୍ତି , ଦିଲ୍ଲୀରେ ଓଡିଶା ପର୍ବରେ ସାମିଲ୍ ହୋଇଥିଲି । ମସଲା ଚା ପିଇଥିଲି। ବାବା ଲିଙ୍ଗରାଜଙ୍କ ଭୂମିକୁ ଆସିବାକୁ ସୁଯୋଗ ମିଳିଲା । ବିମାନ ବନ୍ଦରକୁ ଏତେ ସଂଖ୍ୟକ ଲୋକ ଆସିବା ଆପଣଙ୍କ ଭଲ ପାଇବା।  ଖୁସି,  ଚମକ ଦେଖୁଛି ।  ମହାରାଷ୍ଟ୍ର,  ହରିୟାଣା ସହିତ ଅନ୍ୟ ନିର୍ବାଚନ ଫଳାଫଳର ଚମକ ଦେଖୁଛି । ବିପକ୍ଷ ଦଳ ବିଜେପି ବିରୋଧରେ ଅପପ୍ରଚାର କରୁଛନ୍ତି କିନ୍ତୁ ଜନତା ଆମକୁ ଆଶିର୍ବାଦ କରୁଛନ୍ତି । ବଡ ବଡ ରାଜନୈତିକ ବିଶେଷଜ୍ଞ କହୁଥିଲେ ଓଡ଼ିଶାରେ ବିଜେପି ସରକାର ହୋଇପାରିବ ନାହିଁ।   କିନ୍ତୁ ଫଳାଫଳ ଆସିବା ପରେ ଏ ସବୁ ତିଶ ମାର ଖାଁ ଚୁପ୍।  ଯେବେ ରାଜ୍ୟରେ ସରକାର ନ ଥିଲା ସେତେବେଳେ ଆମ ଯୋଜନା ନାଁ ବି ବଦଳା ଯାଉଥିଲା ।  କିନ୍ତୁ କେନ୍ଦ୍ର ସବୁବେଳେ ଓଡିଶାକୁ ଗୁରୁତ୍ଵ ଦେଉଥିଲା।   ଅଧିକ ପ୍ରତିନିଧିତ୍ଵ ଥିଲା ।  ବଜେଟ ୩ଗୁଣା କରିଥିଲୁ ।  ଭାବ ଏମିତି ଥିଲା ଯେ ଭାଷା ଏଠି ପ୍ରଚାରରେ ବାଧକ ସାଜି ନଥିଲା ।  ୨୦୧୪, ୨୦୧୯ ଜିତିବା ଅପେକ୍ଷା ୨୦୨୪ ବିଜୟ ନୂଆ ଉନ୍ମାଦନା ଖେଳାଇଚି ବିଶ୍ୱରେ।

ସେହିଭଳି ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଭାରତ ସମ୍ବିଧାନକୁ ଦଳି ଦିଆଯାଉଛି । ନିଜ କ୍ରୋଧକୁ ଜନତା ଉପରେ କାଢିଛନ୍ତି ।  ମିଥ୍ୟା ଓ ଗୁଜବ ଦୋକାନ ଖୋଲିଛନ୍ତି । ଦେଶବାସୀଙ୍କୁ କହୁଛି ଆମକୁ ସତର୍କ ରହିବାକୁ ହେବ।  ସତ୍ତା ପାଇଁ ଭୋକିଲା ଥିବା ଏଭଳି ତତ୍ତ୍ଵ ମିଥ୍ୟା ପ୍ରଚାର କରୁଛନ୍ତି।   ଜନତାଙ୍କୁ ଭ୍ରମିତ କରି କ୍ଷମତାକୁ ଆସିବାକୁ ପ୍ରୟାସ କରୁଛନ୍ତି। ବାଲିଯାତ୍ରା ଏବେ ସରିଛି ।  DG ସମ୍ମିଳନୀ ପାଇଁ ମୁଁ ଆସିଛି ।  ୧୦୦, ୧୫୦ବର୍ଷ ଧରି DG ସମ୍ମିଳନୀ ହେଉଛି କିନ୍ତୁ ଓଡ଼ିଶାରେ ପ୍ରଥମ ପାଇଁ ହେଉଛି । ଡିସେମ୍ବର ୪ରେ ନୌସେନା ଦିବସ ହେବ । ୨୦୧୫ ଜାନୁଆରୀ ୮ରୁ ୧୦ଭିତରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବ । ଏହାଦ୍ଵାରା ଓଡିଶା ବହୁଳ ପ୍ରଚାର ପ୍ରସାର ବିଶ୍ୱରେ ହେବ । ମୋ ଲକ୍ଷ୍ୟ ଓଡିଶାକୁ ବିଶ୍ୱରେ ପରିଚିତ କରାଇବା । 

ମିସନ୍ ପୂର୍ବ ଦୟରୁ ଓଡିଶା ବିକାଶ ହେଉଛି । ଉତ୍କର୍ଷ ଉତ୍କଳ ଅଭିଯାନରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଆବାସ,  ପାନୀୟ ଜଳ ଯୋଗାଣ, ନୂଆ ଶିକ୍ଷା ନୀତି ଲାଗୁ ଭଳି ପଦକ୍ଷେପ ନିଆଯାଉଛି । ନାଁ ନ ନେଇ  ନବୀନ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗାଁକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଓଡିଶାବାସୀ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଉଛନ୍ତି ।  ଆଦିବାସୀ ଝିଅ ଆଜି ଦେଶର ରାଷ୍ଟ୍ରପତି।  ଧାନ ଏମଏସପି ୩୧୦୦ଟଙ୍କା ହୋଇଛି ।  ଯାହା କହିଥିଲୁ ତାହା ଏବେ ଆମେ ପାଳନ କରୁଛୁ । 

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ, ଓଡିଶାବାସୀ ଜାଣିଛନ୍ତି ଓଡିଶା ପାଇଁ ଆପଣଙ୍କ ହୃଦୟରେ କେତେ ଭଲ ପାଇବା ଅଛି। ନିର୍ବାଚନ ପରେ ଆଜି ତୃତୀୟ ଥର ପାଇଁ ଓଡିଶାକୁ ଆସିଛନ୍ତି । ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ।  ଓଡ଼ିଶାରେ ପ୍ରଥମ କରି DG ସମ୍ମିଳନୀ ଅୟୋଜିତ ହେଉଛି । ୫ମାସ ସରକାରକୁ ହୋଇଛି।   ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ରକୁ ପାଥେୟ କରି ବିକାଶ କାର୍ଯ୍ୟକ୍ରମ ଚାଲିଛି। ଲକ୍ଷେ ୮୦ହଜାର କୋଟିର ନିବେଶ ଓଡ଼ିଶାକୁ ଆସିଛି।   ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛୁ।   ସେଥିପାଇଁ ଆମେ ଲୋକଙ୍କ ସରକାର ବୋଲି ଲୋକେ କହୁଛନ୍ତି। ଓଡିଶା ଆଗାମୀ ଦିନରେ ସମୃଦ୍ଧ ଓଡିଶା ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.