ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଭିନ୍ନ ଉନ୍ନତି ମୂଳକ କାମ ଠପ୍ ପ୍ରସଙ୍ଗ; ପ୍ରଶାସନର ପ୍ରତିଶ୍ରୁତି ପରେ ଆମରଣ ଅନଶନରୁ ଓହରିଲେ ଜନ ପ୍ରତିନିଧି

Published By : Bijay Swain | July 15, 2025 10:44 PM

ପାଟଣାଗଡ଼, ୧୫।୭ (ଆପ୍ର):  ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣଙ୍କ ସ୍ଵାର୍ଥ ତଥା ସାମୁହିକ ଉନ୍ନତି ପ୍ରତି ଜିଲ୍ଲା ଓ ବ୍ଳକ ପ୍ରଶାସନ ଏବଂ ସରକାରଙ୍କ ଉଦାସୀନତା ପ୍ରତିବାଦରେ ପାଟଣାଗଡ ବ୍ଲକରେ ସମିତି ସଭ୍ୟସଭ୍ୟା ଏବଂ ଏନ୍ଏସିରେ କାଉନସିଲର ମାନେ ୧୫ ଦିନ ହେଲା ଧାରଣା ଦେଇ ଆସୁଥିଲେ । ତେବେ କୈ।ଣସି ନିଷ୍କର୍ଷ ନବାହାରିବାରୁ  ଗତକାଲି ଠାରୁ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ୪ ଜଣ ସମିତି ସଭ୍ୟା ଆମରଣ ଅନସନରେ ବସିଥିଲେ । 

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସାଢେ଼ ୫ ଟା ସମୟରେ ଆମରଣ ଅନସନ ସ୍ଥଳକୁ ଡିଆରଡିଏପିଡି ପ୍ରଭାତ କୁମାର ଦାସ, ଉପଜିଲ୍ଲାପାଳ ସୁନୀଲ ମେହେର, ବିଡ଼ିଓ ସୁମନ ମିଞ୍ଜ ପହଞ୍ଚି ଆନ୍ଦୋଳନ କାରିଙ୍କ ସହ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଆଲୋଚନା କରିଥିଲେ । ତେବେ ପ୍ରଶାସନ ଠାରୁ ପ୍ରତିଶ୍ରୁତି ପାଇଲାପରେ ଆନ୍ଦୋଳନ କାରିମାନେ ଅନସନରୁ ଓହରି ଯାଇଥିଲେ ।   ଜନପ୍ରତିନିଧି ମାନେ ଏକଜୁଟ୍ ହୋଇ ନିଜ ହକ ଓ ଜନସାଧାରଣ ଙ୍କ ସାମୁହିକ ବିକାଶ ପାଇଁ ସଂଘର୍ଷ ଜାରିରଖିଥିଲେ । ଆଜି ପରିଶେଷରେ ପ୍ରଶାସନ ତାଙ୍କ ଜିଦ ଆଗରେ ମୁଣ୍ଡ ନୂଆଇଲା ବୋଲି ସମିତି ସଂଘର ସଭାପତି ଗୋବିନ୍ଦ ମେହେର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । 

ଅପରପକ୍ଷରେ ଏନ୍ଏସିରେ ଧାରଣାରତ କାଉନସିଲର ମାନଙ୍କ ପାଖକୁ ଡୁଡାପିଡି ତରଣୀ ସୁନା ପହଞ୍ଚି ତାଙ୍କ ସହିତ ଦିର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବାସହ ସେମାନଙ୍କୁ ଧାରଣାରୁ ଓହରି ଯିବାକୁ ଅନୁରୋଧ କରିଥିଲେ । କିନ୍ତୁ କାଉନସିଲର ମାନେ ନିଜ ଜିଦରେ ଅଟଳ ଥିବାବେଲେ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ମାଗିଥିଲେ । ତେବେ ଡୁଡାପିଡି ଶ୍ରୀ ସୁନା ଏବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବିବୋଲି କହିବା ସହ ଧାରଣା ସ୍ଥଳରୁ ଫେରିଯାଇଥିଲେ । ଜିଆଇଏ,କେବିକେ ବିକାଶ ପାଣ୍ଠି, ବିକଶିତ ଗାଁ ବିକଶିତ ଓଡିଶା ପାଇଁ ଆସୁଥିବା ଅନୁଦାନକୁ ନେଇ ଖୁବଶୀଘ୍ର ସମିତି ସଭ୍ୟସଭ୍ୟାଙ୍କୁ ନେଇ ବିଡ଼ିଓ ବ୍ଳକ ସଭା ଗୃହରେ ଏକ ସଭା ଡାକିବେ । ସେହି ସଭାରେ ଉପରୋକ୍ତ ଅନୁଦାନକୁ ନେଇ ଏକ ରେଜୁଲେସନ ପାସ୍ କରାଯିବ । ରେଜୁଲେସନ ଆଧାରରେ ସମିତି ସଭ୍ୟସଭ୍ୟା ମାନେ ନିଜନିଜ ଅଞ୍ଚଳର ବିକାଶ କରିପାରିବେବୋଲି ଡିଆରଡିଏପିଡି ଶ୍ରୀ ମହାପାତ୍ର  ଆମରଣ ଅନସନ ସ୍ଥଳରେ ପ୍ରତିଶୃତି ଦେଇଥିଲେ । ଯଦି ଏଥିରେ ଖିଲାପ ହେଲେ ପୁନର୍ବାର ସମିତି ସଭ୍ୟସଭ୍ୟା ମାନେ ଆମରଣ ଅନସନରେ ବସିବେବୋଲି ସମିତି ସଂଘର ସମ୍ପାଦକ ଜୟନ୍ତ କୁମ୍ଭାର ଗଣମାଧ୍ୟମ ଙ୍କୁ ତାଙ୍କ ବକ୍ତବ୍ୟରେ କହିଛନ୍ତି । 

ଆଜି ଆମରଣ ଅନସନର ଦ୍ଵିତୀୟ ଦିନରେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମଧୁମିତା ମେହେର ଓ ଏଏନଏମ ପ୍ରଭାତି ମେହେର ପହଞ୍ଚି ଆମରଣ ଅନସନରେ ବସିଥିବା ୪ ଜଣ ସଭ୍ୟାଙ୍କ ସ୍ଵାସ୍ଥ୍ୟାବସ୍ତା ଯାଞ୍ଚ କରିଥିଲେ । କିଛି ସମୟର ବ୍ୟବଧାନ ପରେ କେନ୍ଦୁମୁଣ୍ଡି ସମିତି ସଭ୍ୟା ଭୁମିସୁତା ଧରୁଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଲେ ଖବର ଲେଖାହେବା ପଯ୍ୟନ୍ତ ତାଙ୍କ ସ୍ଵାସ୍ଥ୍ୟ ବସ୍ତାରେ ସୁଧାର ଆସୁଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ପ୍ରକାଶ ଯେ, ଗତ ୯ ମାସହେଲା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନମୁଳକ କାମ ଠପ୍ ପ୍ରତିବାଦରେ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଅବଗତ କରାଇଥିଲେ। ଏଥିରେ କୌଣସି ସୁଫଳ ନମିଲିବାରୁ ସେମାନ ପ୍ରଥମେ ୧୪ ଦିନଧରି ଆନ୍ଦୋଳନ କରିବାସହ ପରେ ୪ ଜଣ ସମିତି ସଭ୍ୟା ଆମରଣ ଅନସନରେ ବସିରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.