ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଭିନ୍ନ ଉନ୍ନୟନମୂଳକ କାମ ଠପ୍ ପ୍ରସଙ୍ଗ; ଆମରଣ ଅନଶନରେ ବସିଲେ ସମିତି ସଭ୍ୟସଭ୍ୟା

Published By : Bijay Swain | July 14, 2025 6:33 PM

ପାଟଣାଗଡ, ୧୪|୭ (ଆପ୍ର): ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନ୍ଏସିରେ କାଉନସିଲରଙ୍କ ଆନ୍ଦୋଳନ ଆଜି ୧୫ ଦିନରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଏହାରି ପ୍ରତିବାଦରେ ଆଜି ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ଦ୍ଵାରରେ ସମିତି ସଭ୍ୟସଭ୍ୟାମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ଶୋଳବନ୍ଦ ପଞ୍ଚାୟତ ସମିତି ସଭ୍ୟା ତଥା ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ବରପଦର, କେନ୍ଦୁମୁଣ୍ଡି, ଭରତବାହାଳ ପଞ୍ଚାୟତର ସମିତି ସଭ୍ୟା ରଜନି ଧରୁଆ, ଭୁମିସୁତା ଧରୁଆ ଓ ମଞ୍ଜରୀ ଭୁଏ ଆମରଣ ଅନସନରେ ବସିଛନ୍ତି । ସେମାନଙ୍କୁ ୨୨ ଜଣ ସମିତି ସଭ୍ୟସଭ୍ୟାଙ୍କ ସହ ୧୪ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ବିଶେଶ୍ଵରୀ ବରିହା ଏବଂ ୧୬ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ବାଲିକା ମାଝୀ ସମ୍ପୁର୍ଣ୍ଣ ଭାବରେ ସହଯୋଗ ସହ ସମର୍ଥନ କରୁଛନ୍ତି । 

ଆମରଣ ଅନସନରେ ବସିଥିବା ୪ ଜଣ  ସମିତି ସଭ୍ୟାଙ୍କର କ୍ଷେତ୍ରରେ ଜଦି କିଛି ଅଘଟଣ ଘଟେ ତାହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସମିତି ସଭ୍ୟ ସଂଘର ସଭାପତି ଗୋବିନ୍ଦ ମେହେର ଓ ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସେହିପରି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିବା ବେଲେ ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସମେତ ଅନ୍ୟ ୧୧ ଜଣ କାଉନସିଲର ଧାରଣାରେ ବସିଛନ୍ତି ।

ସ୍ୱାସ୍ଥ୍ୟ ବିଭଗର ଏକ ଟିମ୍ ଆମରଣ ଅନଶନରେ ବସିଥିବା ସମିତିସଭ୍ୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରିଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଗତ ୯ ମାସ ହେଲା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନ ମୁଳକ କାମ ଠପ୍ ହୋଇଯାଇଛି । ଏନେଇ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ବିଡ଼ିଓ, ଏନ୍ଏସି ଇଓ, ଉପଜିଲ୍ଲାପାଳ, ପରିଶେଷରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନିରାଶ ହେବାପରେ ପ୍ରଥମେ ୧୪ ଦିନ ଧରି ଆନ୍ଦୋଳନକୁ ଓଲ୍ଲାଇଥିଲେ । ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ସେମାନଙ୍କ ମଧ୍ୟରୁ ଆଜି ୪ ଜଣ ସମିତି ସଭ୍ୟା ଆମରଣ ଅନସନରେ ବସିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.