ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକାରେ ୩୦ ଦିନରେ ହେବ ଅବୈଧ ବିଦେଶୀ ନାଗରିକଙ୍କ ନିର୍ବାସନ, ଚିନ୍ତାରେ ଏହି ୪ ଦେଶ

Published By : Anindita Ratha | March 22, 2025 1:32 PM

ନୂଆଦିଲ୍ଲୀ,୨୨/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ରହୁଥିବା  ଅବୈଧ  ପ୍ରବାସୀଙ୍କ ବିରୁଦ୍ଧରେ  ନେବାକୁ ଯାଉଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ। ଏହାର ଘୋଷଣା ଆମେରିକାର ଗୃହ ସୁରକ୍ଷା ବିଭାଗ ବା DHS ଦ୍ୱାରା  କରାଯାଇଛି । ଏଥିରେ DHS କହିଛି ଯେ,  ଆମେରିକାକୁ କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାରୁ ଆସିଥିବା ୫ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଦିଆଯାଉଥିବା ଆଇନଗତ ସୁରକ୍ଷାକୁ ବନ୍ଦ କରିଦିଆଯିବ ।  ଏହି ପଦକ୍ଷେପ ପରେ  ୩୦ ଦିନ ମଧ୍ୟରେ ଅବୈଧ ବିଦେଶୀ ନାଗରିକଙ୍କ ନିର୍ବାସନର ସମ୍ମୁଖୀନ ହୋଇପାରନ୍ତି । ଯାହାକୁ ନେଇ ଚିନ୍ତାରେ ଏହି ୪ ଦେଶ । 

ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଆଦେଶ  ଅକ୍ଟୋବର ୨୦୨୨ରୁ ମାନବିକ ପେ-ରୋଲ୍ କାର୍ଯ୍ୟକ୍ରମ ଅଧୀନରେ ଆମେରିକାରେ ପ୍ରବେଶ କରିଥିବା ଲୋକଙ୍କୁ ପ୍ରଭାବିତ କରିବ। ଏହି କାର୍ଯ୍ୟକ୍ରମ ଅନୁଯାୟୀ, ଆମେରିକା ଆସିଥିବା ପ୍ରବାସୀମାନଙ୍କୁ ଦୁଇ ବର୍ଷ ପାଇଁ ଏଠାରେ ରହିବା ଏବଂ କାମ କରିବାର ଅନୁମତି ଦିଆଯାଇଥିଲା। DHSସଚିବ କ୍ରିଷ୍ଟି ନୋଏମ ଏକ ବିବୃତ୍ତିରେ କହିଛନ୍ତି, “ଆମେରିକା ଫେଡେରାଲ ରେଜିଷ୍ଟରରେ ବିଜ୍ଞପ୍ତି ପ୍ରକାଶିତ ହେବା ପରେ, ଉପରୋକ୍ତ ଦେଶଗୁଡ଼ିକର ପ୍ରବାସୀମାନଙ୍କ ଆଇନଗତ ସ୍ଥିତି ଏପ୍ରିଲ ୨୪ ସୁଦ୍ଧା ୩୦ ଦିନ ମଧ୍ୟରେ ସମାପ୍ତ ହୋଇଯିବ। ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ପ୍ରଶାସନର ଏହି ପଦକ୍ଷେପ କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ପ୍ରାୟ ୫,୩୨ ହଜାର ଲୋକଙ୍କୁ ପ୍ରଭାବିତ କରିବ। ଯେଉଁମାନେ ପୂର୍ବତନ ଜୋ ବାଇଡେନ ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ ପାରୋଲ କାର୍ଯ୍ୟକ୍ରମ ଅଧୀନରେ ଆମେରିକାରେ ପ୍ରବେଶ କରିଥିଲେ ଏବଂ ଯେଉଁମାନଙ୍କୁ ଆମେରିକାରେ ଅସ୍ଥାୟୀ ମାନ୍ୟତା ଦିଆଯାଇଥିଲା।

ଏହା ମଧ୍ୟ ପଢନ୍ତୁ-  ଆହୁରି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା, ସଂସଦରେ କେନ୍ଦ୍ର ସରକାରଙ୍କ ସୂଚନା

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଆମେରିକାର ପ୍ରବାସ ନୀତିରେ ବ୍ୟାପକ ପରିବର୍ତ୍ତନ ପରେ ନିଆଯାଇଛି । ଯାହାର ଲକ୍ଷ୍ୟ ମାନବିକ ପାରୋଲ୍ କାର୍ଯ୍ୟକ୍ରମ ଅଧୀନରେ ଅପବ୍ୟବହାରକୁ ରୋକିବା । ଏପି ରିପୋର୍ଟ ଅନୁଯାୟୀ, ଏହି ଆଇନଗତ ଅସ୍ତ୍ର ଐତିହାସିକ ଭାବରେ ଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ଅନୁଭବ କରୁଥିବା ଦେଶର ନାଗରିକମାନଙ୍କୁ ଆମେରିକାରେ ଅସ୍ଥାୟୀ ଭାବରେ ପ୍ରବେଶ ଏବଂ ରହିବା ପାଇଁ ଅନୁମତି ଦେବା ପାଇଁ ବ୍ୟବହାର କରାଯାଇଛି।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.