ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ, ପୋଲିସ୍‌ର ଅନୁସନ୍ଧାନ ପରେ ଜଣାପଡିଲା...

ନୂଆଦିଲ୍ଲୀ: ୟୁପିର ବାଲିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମୁସଲମାନ ଯୁବକ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି ଏବଂ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହି ଯୁବକଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଯୁବକ ଜଣକ ଏପରି ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି ଯାହାକୁ ଗଣମାଧ୍ୟମରେ ଦେଖାଯାଇପାରିବ ନାହିଁ । 

ସୂଚନା ଅନୁସାରେ, ବାଲିଆରେ ଜଣେ ମୁସଲମାନ ଯୁବକ ସିଏମ ଯୋଗୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏକ ଭିଡିଓରେ, ଏହି ବ୍ୟକ୍ତି ଜଣକ କହୁଛନ୍ତି ଯେ ତାଙ୍କର ଭୟ ନାହିଁ । ଏହି ସମୟରେ ସେ ସିଏମ ଯୋଗୀଙ୍କ ପାଇଁ ବହୁ ଅଶ୍ଲୀଳ ଶବ୍ଦ ବ୍ୟବହାର କରୁଛନ୍ତି ।

ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମୁସଲମାନ ଯୁବକଙ୍କ ଏହି ମନ୍ତବ୍ୟ ଉପରେ ବିଜେପିର କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ବିଜେପି ନେତା ସୁନୀଲ ମିଶ୍ରାଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଏଭଳି ବିବୃତ୍ତି ନିନ୍ଦନୀୟ ବୋଲି ସୁନୀଲ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ ଯୋଗୀ ସାମ୍ବିଧାନିକ ପଦ ପଦବୀରେ ଅଛନ୍ତି । ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ପୋଲିସକୁ ଦାବି କରିଛୁ ବୋଲି ସେ କହିଛନ୍ତି ।

ପୋଲିସ ଅଧିକାରୀ ଗୌରବ ଶର୍ମା କହିଛନ୍ତି ଯେ ଏହି ଭିଡିଓ ବାବଦରେ ଜାଣିବା ପରେ ଅନୁସନ୍ଧାନ କରାଯାଇଥିଲା ଏବଂ ଜଣାପଡିଛି ଯେ ଏହି ଭିଡିଓଟି ପ୍ରାୟ ୩-୪ମାସ ପୁରୁଣା । ଅଭିଯୁକ୍ତଙ୍କୁ ଗିରଫ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.