ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ହେଉଛି ଶୀତଳଷଷ୍ଠୀ ; ଧର୍ମେନ୍ଦ୍ର ପ୍ରଧାନ

Published By : Prameya | May 29, 2025 3:09 PM

ଭୁବନେଶ୍ୱର,୨୯/୦୫: ସମ୍ବଲପୁର ଶୀତଳଷଷ୍ଠୀ-୨୦୨୫ରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ଏକ ଭିଡ଼ିଓ ବାର୍ତ୍ତାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି ଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁର ଶୀତଳଷଷ୍ଠୀ ପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ।  

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି, ଏବେ ଶୀତଳଷଷ୍ଠୀର ସମୟ ଆସିଛି । ସବୁଆଡ଼େ ଆଧ୍ୟାତ୍ମିକ ଏବଂ ଆନନ୍ଦର ବାତାବରଣ । ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳଷଷ୍ଠୀ ମହାଆଡମ୍ବରରେ ପାଳିତ ହେଉଛି । ଶୀତଳଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ।  ଏହି ପବିତ୍ର ପର୍ବ ଅବସରରେ ସବୁ ଗୁରୁଜନ, ମାଆ ଭଉଣୀ ଏବଂ ଦାଦା ଭାଇମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି, ମହାନ ପର୍ବ ଶୀତଳଷଷ୍ଠୀ ମହାନଦୀ କୂଳରେ ଥିବା ସମ୍ବଲପୁରର ଗାରିମା ଏବଂ ପରିଚୟକୁ ଶ୍ରୀମନ୍ତ କରିଛି । ଶୀତଳଷଷ୍ଠୀ ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ ପରମ୍ପରାର ଉଜ୍ଜ୍ୱଳ ପ୍ରତୀକ ଭାବରେ ରହିଆସିଛି । ଭଗବାନ ଏବଂ ସାଧାରଣ ଭକ୍ତଙ୍କ ଏକାକାର ହେବାର ବିରଳ ଲୋକ ସଂସ୍କୃତିର ସ୍ୱରୂପ ହେଉଛି ଶୀତଳ ଷଷ୍ଠୀ । ଏହି ଲୋକ ସଂସ୍କୃତିରେ ସାଧାରଣ ଭକ୍ତ ଭଗବାନଙ୍କ ଉପରେ ନିଜର ଅଧିକାର ଜାହିର୍ କରେ । ଭଗବାନ ମଧ୍ୟ ସାଧାରଣ ଭକ୍ତଙ୍କର ଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ଜୀବନର ରୀତିନୀତିରେ ନିଜକୁ ସାମିଲ କରନ୍ତି । କଲ୍ୟାଣମୟୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କର ଲୋକ ପରମ୍ପରା ଆଧାରରେ ହିଁ ବିବାହ ଅନୁଷ୍ଠିତ ହୋଇଥାଏ । ଏହା ପଛରେ ଜଗତ କଲ୍ୟାଣର ଚେତନା ରହିଛି । ଏହି ମହାନ ଚିନ୍ତା ଶୀତଳଷଷ୍ଠୀ ପାଳନ ହେବାର ଆଧାର ଅଟେ । ପ୍ରବଳ ଖରା ଏବଂ ଗରମରୁ ମୁକ୍ତି ପାଇବା ସହ ଭଲ ବର୍ଷା କରିବା ପାଇଁ ଭକ୍ତଟିଏ ଶୀତଳଷଷ୍ଠୀରେ ପ୍ରାର୍ଥନା କରିଥାଏ । ଭଲ ବର୍ଷା ହେଲେ ଭଲ ଚାଷ ହେବ ଏବଂ ସମୃଦ୍ଧି ଆସିବ। 

ଶୀତଳଷଷ୍ଠୀର “ଥାଳି ଉଠା”, “ପତର ପେଣି”,“ଗୁଆ ଗୁଣା”, "ଦେବ ନିମନ୍ତ୍ରଣ” ଏବଂ “ଦେବ ବିବାହ” ଇତ୍ୟାଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି । ଶୀତଳଷଷ୍ଠୀର ଆଉ ଗୋଟିଏ ଭବ୍ୟ ଦିଗ ହେଉଛି, ଏହି ଦିନ ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ ହୁଏ । ଦେଖିବାକୁ ଗଲେ ଲୋକ ସଂସ୍କୃତିର ନିଚ୍ଛକ ସମାହାର ହେଉଛି ଶୀତଳଷଷ୍ଠୀ । ଶୀତଳଷଷ୍ଠୀ, ଭାରତର ସାଂସ୍କୃତିକ ଐତିହ୍ୟର ଗୋଟିଏ ଅଂଶବିଶେଷ । ସେଥିପାଇଁ ଭାରତ ସରକାର “ଶୀତଳଷଷ୍ଠୀ” ଉପରେ ଡାକ ଟିକେଟ୍ ପ୍ରସ୍ତୁତ କରିଛନ୍ତି। ଅତ୍ୟନ୍ତ ଖୁସିର କଥା, ଚଳିତବର୍ଷ ଓଡ଼ିଶା ସରକାର ଶୀତଳଷଷ୍ଠୀ ପାଇଁ ପୃଷ୍ଠପୋଷକତା କରିଛନ୍ତି । ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଆମେ ସମସ୍ତେ ମିଳିମିଶି ଶୀତଳଷଷ୍ଠୀର ଭବ୍ୟତାକୁ ଆହୁରି ଆଗକୁ ନେବା । ଶୀତଳଷଷ୍ଠୀର ଜଗତ କଲ୍ୟାଣ ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ରହୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥନା କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.