ପ୍ରମୂଖ ଖବର
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମସ୍କ ହଟାଇଥିବା ଟୁଇଟର ଲୋଗୋ ନିଲାମ, ୩୦ ଲକ୍ଷ ଟଙ୍କାରେ ହେଲା ବିକ୍ରି

Published By : Prameya | March 24, 2025 3:06 PM

ନୂଆଦିଲ୍ଲୀ ୨୪/୦୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର (ଏବେ ଏକ୍ସ)ର ପୁରୁଣା ଲୋଗୋ ନିଲାମରେ ବିକ୍ରି ହୋଇଛି । ଏକ ବ୍ଲୁ ବାର୍ଡ ବା ନୀଳ ରଙ୍ଗର ଚଢ଼େଇର ଏହି ଲୋଗୋ ୩୪,୩୭୫ ଡଲାର ବା ପ୍ରାୟ ୩୦ ଲକ୍ଷ ଟଙ୍କାରେ ନିଲାମ ଯାଇଛି । ୨୦୧୨ରୁ ୨୦୨୩ ପର୍ଯ୍ୟନ୍ତ ଟୁଇଟର ଅଫିସ୍‌ରେ ଝୁଲୁଥିବା ଏହି ବ୍ଲୁ ବାର୍ଡ ଲୋଗୋ କ୍ରେତାଙ୍କ ନାଁ ସାର୍ବଜନୀନ ହୋଇନାହିଁ । ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କ ଟୁଇଟର କିଣିବା ପରେ ଏହାର ରି-ବ୍ରାଣ୍ଡିଂ କରିଥିଲେ । ଏଥିସହ ଟୁଇଟର ନାଁ ବଦଳାଇ ତାହାକୁ ‘ଏକ୍ସ’ ରଖିଥିଲେ । ଏହା ପରେ ବ୍ଲୁ ବାର୍ଡ ଇତିହାସ ପାଲଟିଥିଲା ।

ବିରଳ ଜିନିଷର ନିଲାମ ଡିଲ୍‌ କରୁଥିବା ଆର୍‌ଆର୍‌ ଅକ୍ସନ ପକ୍ଷରୁ କୁହାଯାଇଛି, ଟୁଇଟର ସାଇନବୋର୍ଡର ଓଜନ ପ୍ରାୟ ୨୫୪ କେଜି, ଉଚ୍ଚତା ୧୨ ଫୁଟ୍‌ ଏବଂ ଓସାର ୯ କେଜି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟିମ୍‌ରେ ଥାଇ ଡିଓଜିଇ ବିଭାଗ ସମ୍ଭାଳୁଥିବା ମସ୍କ ପୂର୍ବରୁ ମଧ୍ୟ ଟୁଇଟରର ଅନେକ ସାମଗ୍ରୀ ନିଲାମ ଡକାଇସାରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୨ ଅକ୍ଟୋବରରେ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟର କିଣିଥିଲେ । ପରେ ଏହାର ନାଁ ଏକ୍ସ ରଖିଥିଲେ । ଏଥିରେ ମସ୍କ ଅନେକ ପରିବର୍ତ୍ତନ ଆଣିଥିଲେ । ମସ୍କଙ୍କ ତରଫରୁ ବ୍ଲୁ ସବ୍‌ସ୍କ୍ରିପ୍‌ସନ ସର୍ଭିସ୍‌ ପାଇଁ ୟୁଜର୍ସଙ୍କଠାରୁ ଅର୍ଥ ଦାବି କରାଯାଇଥିଲା । ଟୁଇଟର ଲୋଗୋ ମସ୍କଙ୍କୁ ପସନ୍ଦ ଆସି ନ ଥିଲା । ତେଣୁ ଏହାକୁ ବଦଳାଇ ଇଂରାଜୀ ଅକ୍ଷର ଏକ୍ସ ଚିହ୍ନର ଲୋଗୋ ବନାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.