ଭୁବନେଶ୍ବର, ୨୫।୧୧ : କନ୍ଧମାଳ ଜିଲ୍ଲା ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଟୁନି ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି। ଟୁନି ମାଝି ସୁସ୍ଥ ଥିବା ନେଇ କଟକ ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଏସସିବି ମେଡିକାଲରୁ ଟୁନି ମାଝି ଡିସଚାର୍ଜ ହେବେ ।
ଆମ୍ବ ଟାକୁଆ ଖାଇ ଗୁରୁତର ହୋଇ ଏସସିବିରେ ଜିତା ମାଝୀ ଓ ଟୁନୀ ମାଝୀ ଚିକିତ୍ସିତ ହେଉଥିଲେ। ଗତ ୩ ତାରିଖରେ ଉଭୟ ଚିକିତ୍ସା ପାଇଁ ଏସସିବି ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜିତା ମାଝୀଙ୍କ ମୃତ୍ୟୁ ଘଟିଥିଲା।