ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ରେସରେ ଆଗୁଆ ଟ୍ରମ୍ପ

ନୂଆଦିଲ୍ଲୀ,୦୬/୧୧: କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? କାହାର ହେବ ହ୍ବାଇଟ ହାଉସ ? ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା। ଏବେ ବି ଚାଲିଛି କିଛି ସ୍ଥାନରେ ଭୋଟିଂ। ଡୋନାଲ୍ଡ ଟ୍ରମ୍ଫ- କମଳା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର । ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଗଣନା ଧାରା ଦ୍ରୁତ ଗତିରେ ବଦଳୁଥିବା ବେଳେ  ରେସରେ ଆଗୁଆ ଅଛନ୍ତି ଟ୍ରମ୍ପ। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଆଗରେ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିଛନ୍ତି।

ତେବେ  ଇଲେକ୍ଟୋରାଲ କଲେଜ ଟ୍ରେଣ୍ଡ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ୧୭୮ଟି ଆସନରେ ଆଗୁଆ ଥିବାବେଳେ କମଲା ହାରିସ ୯୯ଟି ଆସନରେ ଅଟକି ରହିଛନ୍ତି। ନିର୍ବାଚନ ଜିତିବାକୁ ହେଲେ ୨୭୦ ମ୍ୟାଜିକ୍ ନମ୍ବର ଆବଶ୍ୟକ। ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପ୍ରତୀକ ହାତୀ ବର୍ତ୍ତମାନ ଦ୍ରୁତ ଗତିରେ ଚାଲୁଛି। ଏଥି ସହିତ କମଲା ହାରିସଙ୍କ ଡେମୋକ୍ରାଟ୍ ପାର୍ଟିର ପ୍ରତୀକ ଥିବା ଗଧ ଧୀରେ ଧୀରେ ଗତି କରୁଥିବା ଜଣାପଡିଛି। ପ୍ରାରମ୍ଭିକ ଭାବେ ଆମେରିକାର ୮ ରାଜ୍ୟରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ପରେ ମୋଟି ୫୦ଟି ରାଜ୍ୟ ସାମିଲ ହୋଇଥିଲା। ଯେଉଁଥିରେ ସ୍ୱିଙ୍ଗ୍ ଷ୍ଟେଟ୍ ଆରିଜୋନା ଏବଂ ୱିସକନସିନ୍ ରହିଛି। ମେରିଲ୍ୟାଣ୍ଡରେ ଲୋକେ ମତଦାନ ପାଇଁ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା। ଦେଶରେ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ଆସିଥିବା କହିଛନ୍ତି କିଛି ଭୋଟର। 

ତେବେ ୮ କୋଟିରୁ ଅଧିକ ଆମେରିକା ବାସୀ ଆଗୁଆ ଭୋଟ୍ ଦେଇସାରିଛନ୍ତି। ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହ ସମୟ। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କ ଭିତରେ କାଣ୍ଟେ କା ଟକ୍କର ହେଉଛି। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି। ଆମେରିକାରେ ମୋଟ ୫୦ ରାଜ୍ୟ ଥିବାବେଳେ ଇଲେକ୍ଟୋରାଲ୍ କଲେଜ ମୋଟ ୫୩୮। ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ। ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍। ତେବେ ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ବୋଲି ଜଣାପଡିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.