ପ୍ରମୂଖ ଖବର
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

୪୦ ବର୍ଷରେ ପ୍ରଥମ ଥର ଭାଙ୍ଗିବ ରେକର୍ଡ ନା ପୁଣି ସଠିକ୍ ହେବ ପ୍ରସିଦ୍ଧ ଜ୍ୟୋତିଷଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ – ଆମେରିକାରେ ଚାଲିଥିବା ନିର୍ବାଚନ ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। କିଏ ହେବେ ଆଗାମୀ ରାଷ୍ଟ୍ରପତି, କମଳା ହ୍ୟାରିସ୍‌ ନା ଡୋନାଲ୍ଡ ଟ୍ରମ୍ପ ? ଏହି ପ୍ରଶ୍ନର ଜବାବରେ ଅଧିକାଂଶ ସର୍ବେକ୍ଷଣ ଅସଫଳ ରହିଛି , କିନ୍ତୁ  ଆମେରିକୀୟ ଲେଖକ ତଥା ରାଜନୀତିକ ଭବିଷ୍ୟବକ୍ତା ଏଲନ ଲିକ୍ଟମ୍ୟାନ ନିଜର ରାୟ ସେୟାର କରିଛନ୍ତି। ଅନେକ ଲୋକ ଲିକ୍ଟମ୍ୟାନଙ୍କୁ ୟୁଏସର ଭବିଷ୍ୟବକ୍ତା ମଧ୍ୟ କହନ୍ତି। ସେ ଦାବି କରିଛନ୍ତି କି କମଲା ହ୍ୟାରିସ୍‌ ନିଜର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭାରି ପଡ଼ି ପାରନ୍ତି । ଉଲ୍ଲେଖନୀୟ ଯେ , ସେ ଗତ ୪୦ ବର୍ଷରେ ଲଗାତାର ସଠିକ୍‌ ନିର୍ବାଚନୀ ଭବିଷ୍ୟବାଣୀ କରିଛନ୍ତି। 

ଏନଡିଟିଭି ସହ କଥାବାର୍ତ୍ତାରେ ଲିକ୍ଟମ୍ୟାନ ନିର୍ବାଚନୀ ସର୍ଭେକୁ ଖାରଜ କରି କହିଛନ୍ତି, ଏହି ସବୁ ଓପିନିୟନ ପୋଲ୍‌କୁ ନିଆଁରେ ପକାଇ ଦେବା ଉଚିତ୍‌ । ମୁଁ କହୁଛି କି ଆମ ପାଖରେ କମଳା ହ୍ୟାରିସ ହିଁ ହେବେ। ସେ ପ୍ରଥମ ମହିଳା ଓ ଆଫ୍ରିକୀୟ-ଏସୀୟ ମୂଳର ପ୍ରଥମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।  

କହି ରଖୁଛୁ କି ଲିକ୍ଟମ୍ୟାନ ତାଙ୍କର ମଡେଲ ୧୯୮୪ ରୁ ଏବେସୁଦ୍ଧା ପ୍ରତି ନିର୍ବାଚନର ବିଜେତାଙ୍କର ସଠିକ୍‌ ଭବିଷ୍ୟବାଣୀ କରିଛନ୍ତି , ଯେଉଁଥିରେ ଅନେକ ଥର ତାଙ୍କର ଭବିଷ୍ୟବାଣୀ ସବୁ ଲୋକପ୍ରିୟ ଧାରଣାର ବିପରୀତ ଥିଲା। ଲିକ୍ଟମ୍ୟାନ  ୨୦୧୬ରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭବିଷ୍ୟବାଣୀ କରିଥିଲେ ,ହେଲେ ଏହି ସମୟର ଅନ୍ୟ ସବୁ ସର୍ବେକ୍ଷଣ ହିଲେରୀ କ୍ଲିଣ୍ଟନଙ୍କୁ ଜିତିବା ନେଇ କହୁଥିଲେ। 

ଏପଟେ ଖବର ଲେଖା ହେବା ସୁଦ୍ଧା ଆମେରିକାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ସାରା ଆମେରିକାରେ ପ୍ରାରମ୍ଭିକ ମତଦାନ ଓ ପୋଷ୍ଟାଲ ମତଦାନ ଉପରେ ନଜର ରଖୁଥିବା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଇଲେକ୍ସନ ଲ୍ୟାବ୍‌ ଅନୁସାରେ ,୭.୮ କୋଟିରୁ ଅଧିକ ଆମେରିକୀୟ ପୂର୍ବରୁ ହିଁ ନିଜର ଭୋଟ୍‌ ଦେଇ ସାରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.