ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ଇକୋ କ୍ଳବ ପକ୍ଷରୁ ପକ୍ଷୀ ସଂରକ୍ଷଣ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ

ମାଲକାନଗିରି : ଦିନକୁ ଦିନ ଜଙ୍ଗଲ ଓ ବୃକ୍ଷଲତା ଆଦି ଲୋପ ପାଇବାରେ ଲାଗିଛି। ସବୁଜ ଜଙ୍ଗଲ ବଦଳରେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବାକୁ ଲାଗିଛି, ଯାହା ଫଳରେ ଜଙ୍ଗଲର ପଶୁ ପକ୍ଷୀଙ୍କ ସଂଖ୍ୟାରେ ହ୍ରାସ ଘଟିଲାଣି। ପକ୍ଷୀଙ୍କୁ କିପରି ସଂରକ୍ଷଣ କରାଯାଇ ପାରିବ ସେ ନେଇ ଇକୋ କ୍ଳବ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି।

ମାଲକାନଗିରି ବ୍ଳକ ବୀର ଲକ୍ଷ୍ମଣପୁର ଆଶ୍ରମ ବିଦ୍ୟାଳୟ ଇକୋ କ୍ଳବ୍ ତରଫରୁ ଆଜି ପକ୍ଷୀ ସଂରକ୍ଷଣ ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ପକ୍ଷୀ ମାନଙ୍କ ସୁରକ୍ଷା ନିମନ୍ତେ ବିଦ୍ୟାଳୟର ଛାତ୍ରାବାସ, ଛାତ୍ରୀନିବାସ, ଗ୍ରାମରେ ଥିବା ଗଛ, ଗ୍ରାମ ନିକଟ ଜଙ୍ଗଲର ଗଛ ଗୁଡ଼ିକରେ ଏବଂ ନିଜ ଘରେ ଶତାଧିକ ମାଟି ତିଆରି ଚଢେଇ ଘର ଖଞ୍ଜା ଯାଇ ସେଥିରେ ପକ୍ଷୀଙ୍କ ନିମନ୍ତେ ଖାଦ୍ୟ ଏବଂ ଜଳର ବ୍ୟବସ୍ଥା କରାଯାଇ ଥିଲା ।  

ଏହି ମହତ କାର୍ଯ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ପତ୍ରୀ, ଶିକ୍ଷକ ସଞ୍ଜୟ କୁମାର ମାହୁନ୍ତ, ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଚନ୍ଦ୍ର, ଶ୍ରିତିରାଣୀ ମଣ୍ଡଳ, ସଂଗୀତା ଜେନା, ମେଟ୍ରନ, ପାଚିକା, ଛାତ୍ର ଛାତ୍ରୀ, ବୀରଲକ୍ଷ୍ମଣପୁର ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଗୁରୁଖୋଲା, ସମ୍ପାଦକ ଭଗବାନ କଡ଼ା, କମିଟିର ସଦସ୍ୟ, ଗାନ୍ଧୀ ଯୁବକ ସଂଘର ସଭାପତି ଭାରତ ବିଜୟ ଖେମୁଣ୍ଡୁ ଏବଂ ସଦସ୍ୟଙ୍କ ସହ ବୀରଲକ୍ଷ୍ମଣପୁର ଗ୍ରାମର ଅନେକ ଯୁବକ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷକମାନେ ଗଛରେ ଚଢି ମାଟିରେ ନିର୍ମିତ କୃତ୍ରିମ ଚଢେଇ ବସା ଗଛ ଗୁଡିକରେ ବାନ୍ଧିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.