ପ୍ରମୂଖ ଖବର
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୨୦୧୪-୨୩ ମଧ୍ୟରେ ଘଟିଛି ୬୩୮ ଟ୍ରେନ୍‌ ଦୁର୍ଘଟଣା, ୟୁପିଏ ସରକାରରେ କ’ଣ ଥିଲା ସ୍ଥିତି ?

Image Courtesy: indiatoday

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୧୦ ନିରୀହ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଉ ଏହି ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି ।  ବହୁ ବିରୋଧୀ ନେତା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି ପରେ ଏନଡିଏ  ନା ୟୁପିଏ ସରକାର, କିଏ ରେଳ ଦୁର୍ଘଟଣା ରୋକିବା ଦିଗରେ ବେଶି ସଫଳ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁସାରେ, ୨୦୦୪-୨୦୧୪  ୟୁପିଏ ସରକାର ଅମଳରେ ମୋଟ ୧୭୧୧ଟି ରେଳ ଦୁର୍ଘଟଣା ଘଟିଥିଲା । କିନ୍ତୁ ୨୦୧୪ରୁ ୨୦୨୩ ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ଏହି ସଂଖ୍ୟା ୬୩୮ ।  ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଉପରେ ନଜର ପକାଇଲେ, ୟୁପିଏ ସରକାରରେ ୨୪୫୩ ଜଣ ପ୍ରାଣ ହରାଇଥିବା ବେଳେ ୪୪୮୬ ଆହତ ହୋଇଥିଲେ । ସେହିଭଳି ଏନଡିଏ ଶାସନରେ୨୦୧୪-୨୩ ମଧ୍ୟରେ ୭୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୪୩ ଜଣ ଆହତ ହୋଇଥିଲେ । 

ସେପଟେ ୨୦୦୨-୨୦୧୪ ମଧ୍ୟରେ ୮୬୭ଟି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ୨୦୧୪-୨୩ ମଧ୍ୟରେ ଏନଡିଏ ସରକାରରେ ଏଭଳି ଘଟଣା ୪୨୬ଟି ଘଟିଛି । ୟୁପିଏ ସରକାରରେ ବାର୍ଷିକ  ୮୬.୭ ରେଳ ଲାଇନଚ୍ୟୁତ ଘଟଣା ଘଟିଥିବା ବେଳେ ବିଜେପି ସରକାରରେ ଏହି ସଂଖ୍ୟା ୪୭.୩ । ୨୦୦୪-୧୪ ମଧ୍ୟରେ ବାର୍ଷିକ ପ୍ରାୟ ୭୧ଟି ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ହେଲେ ୨୦୧୪-୨୩ ମଧ୍ୟରେ ରେଳ ଦୁର୍ଘଟଣା ସଂଖ୍ୟାରେ ୭୧ ପ୍ରତିଶତ ହ୍ରାସ ଘଟିଛି । 

୨୦୦୦-୨୦୦୧ରେ ୩୫୦ଟି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା କେବଳ ୩୬ । ଅନ୍ୟପଟେ ରେଳ ଲାଇନ୍‌ ନବୀକରଣ ପାଇଁ ୨୦୧୫-୨୩ ମଧ୍ୟରେ ଏନଡିଏ ସରକାର ୧୦,୨୦୧ କୋଟି ଆବଣ୍ଟିତ କରିଛନ୍ତି । କିନ୍ତୁ ୨୦୦୫-୨୦୧୪ ମଧ୍ୟରେ ୟୁପିଏ ସରକାର ଏଥିପାଇଁ ୪୭୦୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। 

 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.