ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଏକାଧିକ ଆହତ

ନୂଆଦିଲ୍ଲ ୧୭/୦୬: ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। କାଞ୍ଚନଜଙ୍ଗା ଏକ୍ସପ୍ରେସ୍- ମାଲବାହୀ ଟ୍ରେନ୍ ମଧ୍ୟରେ ବଡ଼ ଧରଣର ଧକ୍କା। ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ୩ଟି ବଗି ଉପକୁ ଉଠିଯାଇଥିବା ବେଳେ ମାଲଗାଡ଼ି ବଗି ଗୁଡିକ ଛିନଛତ୍ର ହୋଇ ଧାରଣା ତଳକୁ ଖସି ପଡିଛି। ଦୁର୍ଘଟଣାରେ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ୨୫  ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ରେଲୱେର ବରିଷ୍ଠ  ଅଧିକାରୀ ପହଞ୍ଚି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି।

ସୂଚନା ମୁତାବକ, ସୋମବର ସକାଳ ପ୍ରାୟ ୮.୪୫ ବେଳକୁ ଦିନ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ରଙ୍ଗାପାନି ଷ୍ଟେସନ ନିକଟରେ ଛିଡା ହୋଇଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ପଛରୁ ଧକ୍କା ଦେଲା ମାଲବାହୀ ଗାଡି । ଧକ୍କା ଏତେ ଜୋରଦାର ଥିଲା ଯେ ଏକ୍ସପ୍ରେସ୍‌ର ତିନୋଟି ବଗି ପୂରା କ୍ଷତିଗ୍ରସ୍ତ ହୋଇଥିଲା ।

ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ ଏହି ତିନୋଟି ବଗି ଦୁର୍ଘଟଣାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ବଗିରେ ଉପସ୍ଥିତ ଆହତ ଯାତ୍ରୀମାନେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥଇ ଡାକ୍ତରଖାନା ପଠାଇବାରରେ ବ୍ୟସ୍ତ ଥିବା କହିଛନ୍ତି।

  • PrameyaOdia
  • prameya
  • Kanchanjunga Express Accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.