ଭୁବନେଶ୍ୱର ୦୨/୦୬: ଖରା ଦିନେ ଲୋକେ ଶରୀରକୁ ଥଣ୍ଡା ରଖିବା ପାଇଁ ପ୍ରାୟତଃ ଲେମ୍ବୁ ପାଣି ପିଇଥାନ୍ତି। ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ କିଛି ଲୋକଙ୍କୁ ଲେମ୍ବୁ ପାଣି ପିଇବାରୁ ଦୂରେଇ ରହିବା ଉଚିତ, ନଚେତ୍ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଆସନ୍ତୁ ଲେମ୍ବୁ ପାଣି ପିଇବାର କିଛି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବା।
କିଡନୀ ଷ୍ଟୋନ ରୋଗୀ ସାବଧାନ :
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ କିଡନୀ ଷ୍ଟୋନ ରୋଗୀଙ୍କୁ ଲେମ୍ବୁ ପାଣି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି। ଲେମ୍ବୁ ପାଣିରେ ଅକ୍ସାଲେଟ୍ ଥାଏ। କିଡନୀ ଷ୍ଟୋନ ରୋଗୀମାନଙ୍କୁ ଅକ୍ସାଲେଟ୍ ଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଅଧିକ ଲେମ୍ବୁ ପାଣି ପିଅନ୍ତି, ତେବେ ଆପଣଙ୍କର କିଡନୀ ଷ୍ଟୋନ୍ ହେବାର ସମ୍ଭାବନା ମଧ୍ୟ ବଢ଼ିପାରେ।
ଦାନ୍ତ ପାଇଁ କ୍ଷତିକାରକ :
ଲେମ୍ବୁର ନେଚର୍ ଏସିଡିକ୍ ହୋଇଥାଏ। ଏହି କାରଣରୁ ଅଧିକ ଲେମ୍ବୁ ପାଣି ପିଇବା ଦାନ୍ତର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଦାନ୍ତରେ ଝିମ୍ଝିମ୍ କିମ୍ବା ସମ୍ବେଦନଶୀଳତା ଅନୁଭବ କରୁଛନ୍ତି, ତେବେ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ ନଚେତ୍ ଦାନ୍ତ ସମ୍ବନ୍ଧୀୟ ସମସ୍ୟା ବଢ଼ିପାରେ।
ଏସିଡିଟି ସମସ୍ୟା ବଢିପାରେ :
ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି, ତେବେ ଆପଣ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ। ନଚେତ୍ ଆପଣଙ୍କର ଏହି ସମସ୍ୟା ବଢ଼ିପାରେ। ଲେମ୍ବୁ ପାଣିରେ ସାଇଟ୍ରିକ୍ ଏସିଡ୍ ଥାଏ ଯାହା ଛାତି ପୋଡ଼ିବା ଏବଂ ପେଟ ସମସ୍ୟା ସୃଷ୍ଟି କରିପାରେ। ତେଣୁ, ଏସିଡିଟି ସମୟରେ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ।