ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ମଞ୍ଚରେ ଅଭିନୟ କରୁକରୁ ହୋଇଗଲା ପ୍ରେମ, ଏବେ ରିୟଲ ଲାଇଫ୍‌ରେ ଏମାନେ ସ୍ଵାମୀ-ସ୍ତ୍ରୀ

Published By : Prameya | February 14, 2025 7:42 AM

ଭୁବନେଶ୍ଵର, ୧୪/୦୨ : ମଞ୍ଚରେ ଅଭିନୟ କରୁକରୁ ହୋଇଗଲା ପ୍ରେମ। ଆଉ ତାପରେ ସଂସାର ଗଢିବା ପାଇଁ ନେଲେ ସଂକଳ୍ପ। ହୋମ ନିଆଁକୁ ସାକ୍ଷୀ ରଖି ପଡ଼ିଲା ହାତଗଣ୍ଠି। ସାତ ଜନ୍ମ ପାଇଁ ହୋଇଗଲେ ସାଥୀ। ଏବେ ରିୟଲ ଲାଇଫ୍‌ରେ ଏମାନେ ସ୍ଵାମୀ ସ୍ତ୍ରୀ। ଦିନେ ମଞ୍ଚରେ ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇଥିଲେ... ଆଉ ଆଜି ସତରେ ଏମାନେ ଜୀବନସାଥୀ। 

ଅଭିନୟରୁ ସଂସାର ଗଢିବା ପାଇଁ ସଂକଳ୍ପ ନେଇଥିବା ଏହି ଯାତ୍ରା ଯୋଡି ହେଲେ ସିଂହବାହିନୀର କାହ୍ନା ସ୍ୱାଇଁ ଓ ଟିକି। ଏମାନେ ରାମ ବନବାସ କାହାଣୀ ଶେଷ, ଆଖି ତୋର ଲୁହ ମୋର, ବାବୁ ମୋତେ ଭୁଲିଗଲ, ଗାନ୍ଧି ଭୂମିକାରେ କହ୍ନେଇ ଦାସ ଭଳି ନାଟକରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଶିବାନୀର ଏହି ଲୋକପ୍ରିୟ ଯୋଡି ଚଳିତବର୍ଷ ଯାତ୍ରା ସିଂହବାହିନୀରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେହିପରି ଆଉ ଏକ ଚର୍ଚ୍ଚିତ ଯୋଡ଼ି ହେଲେ କୋଣାର୍କ ଗଣନାଟ୍ୟର ରତିକାନ୍ତ ଓ ମିଟୁନା । ୨୦୦୨ରେ କୋଣାର୍କରୁ ରତି ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ । ପରେ ସେ କଳିଙ୍ଗ, ରଙ୍ଗମହଲ ଭଳି ପାର୍ଟିରେ କାମ କରି ପୁଣି କୋଣାର୍କକୁ ଫେରିଛନ୍ତି । ୧୯୯୪ରେ ମିଟୁନା ଜୟଦୁର୍ଗା ଗଣନାଟ୍ୟରେ କ୍ୟାରିଅର ଆରମ୍ଭ କରିଥିଲେ । ସେ ମଡର୍ଣ୍ଣ ଅପେରା, ପାର୍ବତୀ, ଧଉଳି, କଳିଙ୍ଗ ଓ ରଙ୍ଗମହଲରେ ମଧ୍ୟ ସାମିଲ ହୋଇଛନ୍ତି । ଏହି ଦମ୍ପତି କଉଡ଼ି ଖେଳ, ଦୁଃଖ ଦେଇଗଲା ଦରଦିବନ୍ଧୁ, ଜଗା ଧରିଛି ଜୀବନ ପଘା ଓ ଦଇତାରୀ ପଣ୍ଡା ବାହା ହେଉଛି ଭଳି ନାଟକରେ ଏକା ସାଙ୍ଗରେ ଅଭିନୟ କରିଛନ୍ତି । 

ସେହିପରି ଯାତ୍ରାରୁ ଜୀବନସାଥୀ ହୋଇଥିବା ଆଉ କିଛି ଆଗଧାଡ଼ିର କଳାକାରମାନେ ହେଲେ ପ୍ରତାପ-ଜିତା, ବିନୋଦ-ବେବିନା, ବାବୁଲି-ତୃପ୍ତି, ମୁନା-ନମିତା, ରାଜୁ-ରୀନା, ଶୁଭେନ୍ଦୁ-କୁନି, ବବିନା-ଶ୍ରାବଣୀ, ଅପୁ-ଅଜୁ, ଗୌର-ଶୁକାନ୍ତି, ଶୁଭେନ୍ଦୁ-ଟିକିନା, ନିଶିକାନ୍ତ-ମାମା, ରିଙ୍କି-ଅଶୋକ, ରଞ୍ଜି-କୁନା, କେଳୁ-ନଳିନୀ । ଏହି ଚର୍ଚ୍ଚିତ ଯୋଡ଼ି ଯାତ୍ରା ଜଗତରେ ମିଛି ମିଛିକା ଅଭିନୟ କରୁ କରୁ ପରସ୍କରକୁ ମନ ଦେଇ ବସିଲେ। ଆଉ ସାରା ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ବାନ୍ଧି ହୋଇଗଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.