ପ୍ରମୂଖ ଖବର
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଲିଭର୍‌ ଓ କିଡ୍‌ନୀକୁ ସଫା କରିବ ଏହି ସବୁ ପାନୀୟ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

Published By : Krishna Priya | June 6, 2025 9:07 AM

ଭୁବନେଶ୍ୱର ୦୬/୦୬: ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ପ୍ରଦୂଷଣ ଓ ଜଙ୍କଫୁଡ୍‌ ଖାଇବା ଦ୍ୱାରା ଶରୀରରେ ବହୁ ମାତ୍ରାର ବିଷାକ୍ତ ପଦାର୍ଥ ଜମା ହୋଇ ରହିଥାଏ । ଶରୀରର ବିଷାକ୍ତ ପଦାର୍ଥକୁ ଫିଲଟରିଂ କରିବା କାମ କିଡନୀ ଓ ଲିଭର୍‌ର ହୋଇଥାଏ । କିନ୍ତୁ ମାତ୍ରାଧିକ ବିଷାକ୍ତ ପଦାର୍ଥ ଜମା ହେବା ଦ୍ୱାରା ଲିଭର୍‌ ଓ କିଡ୍‌ନୀ ଠିକ୍‌ ଭାବେ କାର୍ଯ୍ୟ କରିପାରି ନଥାନ୍ତି । ଏହାର ନକାରାତ୍ମକ ପ୍ରଭାବ ସାରା ଶରୀର ଉପରେ ପଡିଥାଏ । ଫଳରେ ବ୍ୟକ୍ତିକୁ ଥକାପଣ, ହଜମ ହେବାରେ ସମସ୍ୟା ଆଦିର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସମସ୍ୟାଠାରୁ ଦୂରେଇ ରହିବା ପାଇଁ କିଡ୍‌ନୀ ଓ ଲିଭର୍‌କୁ ଡିଟକ୍ସ କରିବା ଜରୁରି । ଚାଲନ୍ତୁ ଜାଣିବା ଏମିତି କେତେକ ପାନୀୟ ବିଷୟରେ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିଥାଏ ।

ଲେମ୍ବୁ ଓ ଅଦା ମିଶା ପାଣି :

ଲେମ୍ବୁ ଓ ଅଦା ପାଣି ଆଣ୍ଟି-ଅକ୍ସିଡାଣ୍ଟରେ ଭରା । ଏହା ଲିଭର୍‌ ଓ କିଡ୍‌ନୀର ପ୍ରଦାହକୁ କମ୍‌ କରିବା ସହ ଫ୍ରି ରେଡକଲ୍ସ ଡ୍ୟାମେଜରୁ ରକ୍ଷା କରିଥାଏ । ଏହାସହିତ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଏହି ପାନୀୟ ପିଇବା ଦ୍ୱାରା କିଡ୍‌ନୀ ଓ ଲିଭର୍‌ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଏକ ଗ୍ଲାସ୍‌ ହାଲ୍‌କା ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ନିଅନ୍ତୁ । ଏଥିରେ ଅଧା ଇଞ୍ଚର ଅଦାକୁ କୋରି ପକାଇ ଦିଅନ୍ତୁ । ଏହି ମିଶ୍ରଣକୁ ସକାଳେ ଖାଲି ପେଟରେ ପିଇବା ଉଚିତ୍‌ । 

ହଳଦୀମିଶା ଦୁଗ୍ଧ :

ହଳଦୀରେ ଥିବା କର୍‌କ୍ୟୁମିନ୍‌ ପ୍ରଦାହକୁ କମ୍‌ କରିଥାଏ । ଏହାବ୍ୟତୀତ ହଳଦୀରେ ଆଣ୍ଟିମାଇକ୍ରୋବିୟଲ୍‌ ଗୁଣ ମଧ୍ୟ ରହିଥାଏ, ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ । ହଳଦୀଯୁକ୍ତ ଦୁଗ୍ଧ କିଡ୍‌ନୀ ଓ ଲିଭର୍‌ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସହାୟତା କରିଥାଏ । ଏକ ଗ୍ଲାସ୍‌ ଦୁଗ୍ଧରେ ଅଧା ଚାମଚ ହଳଦୀ ପକାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ । 

ବିଟ୍‌ ଓ ଗାଜର ଜୁସ :

ବିଟ୍‌ ଲିଭର୍‌ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଖୁବ୍‌ ସହାୟକ ହୋଇଥାଏ । ଏଥିରେ ଥିବା ତତ୍ତ୍ୱ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଗାଜରରେ ଥିବା ଫାଇବର ଉଭୟ ଲିଭର୍‌ ଓ କିଡ୍‌ନୀକୁ ଲାଭ ପହଞ୍ଚାଇଥାଏ । ତେଣୁ ବିଟ୍‌ ଓ ଗାଜରର ଜୁସ ବାହାର କରି ସେଥିରେ ସ୍ୱାଦାନୁସାରେ ଲେମ୍ବୁ ରସ ଓ ଗୋଲମରିଚ ଗୁଣ୍ଡ ପକାଇ ସକାଳେ ଖାଲି ପେଟରେ ପିଇପାରିବେ । 

ଗ୍ରୀନ ଟି’ :

ଗ୍ରୀନ୍‌ ଟି’ରେ କ୍ୟାଟିଚିନ୍ସ ରହିଥାଏ, ଯାହା ଖୁବ୍‌ ଶକ୍ତିଶାଳୀ ଆଣ୍ଟି- ଅକ୍ସିଡାଣ୍ଟସ୍‌ । ଏହା ଫ୍ରିରେଡିକଲ୍ସ ଡ୍ୟାମେଜ୍‌ରୁ ରକ୍ଷା କରିଥାଏ । ଏହାବ୍ୟତୀତ ଡାଇୟୁରେଟିକ୍‌ ରହିଥାଏ, ଯାହା ପରିସ୍ରା ଜରିଆରେ କିଡ୍‌ନୀରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ସେହିପରି ଗ୍ରୀନ୍‌ ଟି’ ମେଟାବଲିଜିମ୍‌ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏକ କପ୍‌ ଗରମ ପାଣିରେ ଗ୍ରୀନ୍‌ ଟି ବ୍ୟାଗ୍‌କୁ ୨-୩ ମିନିଟ୍‌ ଯାଏ ପକାଇ ରଖନ୍ତୁ । ଏବେ ଏହାକୁ ପିଇପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.