ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ସରିଲା ଦିଲ୍ଲୀର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ଜାଣନ୍ତୁ ଦିଲ୍ଲୀର ଲବୁଠୁ ଧନୀ ପ୍ରାର୍ଥୀ କିଏ...!

Published By : Bijay Swain | January 18, 2025 5:03 PM

Image courtesy: ndtv

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି ଦେଶରେ ରାଜନୈତିକ ଉଷ୍ମତା ସେତେ ପରିଲକ୍ଷିତ ହେଉଛି। ଇତିମଧ୍ୟରେ, ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏଥର ଦିଲ୍ଲୀରେ ଅନେକ ପ୍ରାର୍ଥୀଙ୍କ ଟିକେଟ୍ ବାତିଲ କରାଯାଇଛି, ଅନ୍ୟପଟେ କିଛି ପ୍ରାର୍ଥୀ ଦଳ ପରିବର୍ତ୍ତନ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିଲ୍ଲୀର ସବୁଠୁ ଅଧିକ ଧନୀ ପ୍ରାର୍ଥୀ ଧରମପାଲ ଲାକ୍ରା। ଯିଏ ଥରେ କଂଗ୍ରେସ ଛାଡି ଆମ ଆଦମୀ ପାର୍ଟି(ଆପ୍)ରେ ଯୋଗ ଦେଇଥିଲେ। କିନ୍ତୁ, ଏଥର ମୁଣ୍ଡକା ଆସନରୁ ଲଢ଼ିବା ପାଇଁ ଆପ୍ ତାଙ୍କୁ ଟିକେଟ୍ ଦେଇନଥିଲା। ଏହାର ଜବାବରେ, ଲାକ୍ରା ତାଙ୍କର ପୁରୁଣା ଦଳ କଂଗ୍ରେସକୁ ଫେରି ଆସି ପୁଣି ଥରେ ମୁଣ୍ଡକାରୁ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଧରମପାଲ ଲାକ୍ରାଙ୍କୁ ମୁଣ୍ଡକା ଆସନରୁ ପ୍ରାର୍ଥୀ କରାଯାଇଛି। କିନ୍ତୁ, ଏଥର ସେ ଆପ୍ ଦଳ ବଦଳରେ କଂଗ୍ରେସ ଦଲରୁ ନିଜ ପାର୍ଥିପତ୍ର ଦାଖଲ କରିଛନ୍ତି। ଗତ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ଲାକ୍ରା ଦିଲ୍ଲୀର ସବୁଠାରୁ ଧନୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ତେବେ ଯଦି ଆମେ ଲାକ୍ରାଙ୍କ ୨୦୨୦ର ଶପଥପତ୍ର ଉପରେ ନଜର ପକାଇବା, ତେବେ ଧରମପାଲ ଲାକ୍ରା ତାଙ୍କର ମୋଟ ସମ୍ପତ୍ତି ୨୯୨ କୋଟି ଟଙ୍କା ବୋଲି ଘୋଷଣା କରିଥିଲେ। ଏଥିରେ ଏପରି ଅନେକ ଜିନିଷ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ନିହାତି ଭାବେ ଆଶ୍ଚର୍ଯ୍ୟ କରିବ।

ଧରମପାଲ ଲାକ୍ରା ଶପଥପାଠରେ ନିଜକୁ ଜଣେ ବ୍ୟବସାୟୀ ବୋଲି କହିଛନ୍ତି। ତାଙ୍କର ବିପୁଳ ପରିମାଣର କୃଷି ଜମି ଅଛି ଓ ସେ ଚାଷ ମଧ୍ୟ କରନ୍ତି। ସେ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ରେ ମଧ୍ୟ କାର୍ଯ୍ୟରତ ଥିଲେ। ସେ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ସାଂସଦ ଭାବେ ଲଢୁଥିଲେ। କିନ୍ତୁ ପରେ ସେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଏହା ସତ୍ତ୍ୱେ, ଆପ୍ ତାଙ୍କୁ ୨୦୧୫ରେ ଟିକେଟ୍ ଦେଇ ନଥିଲା। ତେବେ ୨୦୨୦ ମସିହାରେ, ଆପ ମୁଣ୍ଡକାରେ ଲାକ୍ରାଙ୍କୁ ନିଜ ପ୍ରାର୍ଥୀ କରି ମଇଦାନରେ ଓହ୍ଲାଇଥିଲା। ଏହି ନିର୍ବାଚନରେ ସେ ବିଜେପିର ଆଜାଦ ସିଂହଙ୍କୁ ପ୍ରାୟ ୧୯ ହଜାର ଭୋଟରେ ପରାସ୍ତ କରିଥିଲେ।

ଧରମପାଲ ଲାକ୍ରା ଦିଲ୍ଲୀର ସବୁଠୁ ଧନୀ ସାଂସଦ ଭାବେ ଜଣାସୁଣା। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୯୨ କୋଟି ଟଙ୍କା ବୋଲି ସୂଚନା ମିଳିଛି। ତେବେ ତାଙ୍କ ନିକଟରେ ମୋଟ ୩,୩୭,୭୯,୧୭୬ ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ବେଳେ ୨୫୮.୫୭,୦୦,୦୦୦ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ନେଇ ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.