ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ବିଚାରପତିଙ୍କ ସାମ୍ନାରେ ସଞ୍ଜୟ ରାୟ କହିଲା - ମୁଁ ରୁଦ୍ରାକ୍ଷ ପିନ୍ଧିଛି ,ଏମିତି କାମ କରିଥିଲେ ...

Published By : Prameya | January 18, 2025 7:34 PM

ନୂଆଦିଲ୍ଲୀ : କୋଲକାତର ଆରଜି କର ହସ୍ପିଟାଲରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟରେ ଶୁଶାଣି ବେଳେ ଅଭିଯୁକ୍ତ ସଞ୍ଜୟ ରାୟ ଲଗାତାର ଏହା କହିଛି କି, ତାକୁ ଫସାଇ ଦିଆ ଯାଇଛି। ସେ କହିଛି, ଅପରାଧି ବାହାରେ ବୁଲୁଛି। ସଞ୍ଜୟ ରାୟ କହିଛି - ସେ ରୁଦ୍ରାକ୍ଷର ମାଳା ପିନ୍ଧିଛି। ଏଥିପାଇଁ ସେ ଏହି ପ୍ରକାରର ଅପରାଧ କରି ପାରିବ ନାହିଁ। ଯଦି ସେ ଏମିତି ବି କରିଥାନ୍ତା ତ ତାର ମାଳା ମଧ୍ୟ ଛିଣ୍ଡି ଯାଇଥାନ୍ତା।

ନ୍ୟୁଜ୍‌ ୧୮ର ରିପୋର୍ଟ ଅନୁସାରେ, ଗୋଟିଏ ଦିନ ପୂର୍ବରୁ ସେ ଲକ୍‌ଅପ୍‌ରେ ଶାନ୍ତ ଓ ନିରବ ଥିଲା। ସେ କେବଳ ନିଜ ଓକିଲ ସହ କଥାବାର୍ତ୍ତା କରୁଥିଲା। କୋର୍ଟରେ ବିଚାରପତି କହିଲେ, ତୁମକୁ ଦଣ୍ଡ ନିଶ୍ଚୟ ମିଳିବ। ସୋମବାର କୋର୍ଟ ସଞ୍ଜୟ ରାୟର ସଜାର ଘୋଷଣା କରିବେ। କୋର୍ଟ କହିଛନ୍ତି କି, ଫରେନ୍ସିକ୍‌ ରିପୋର୍ଟରୁ ଜଣାପଡ଼ୁଛି କି, ସଞ୍ଜୟ ରାୟ ଏହି ଅପରାଧରେ ସାମିଲ ଥିଲା। ତାର ଡିଏନଏ ମଧ୍ୟ ଘଟଣା ସ୍ଥଳରୁ ମିଳି ଥିଲା।

କୋର୍ଟ କହିଛନ୍ତି, ଯେଉଁଭଳି ପୀଡ଼ିତାଙ୍କର ତୁମେ ହତ୍ୟା କରିଛ, ତୁମକୁ ଆଜୀବନ କାରାଦଣ୍ଡ ବା ମୃତ୍ୟୁର ସଜା ଦିଆଯାଇ ପାରେ। ସେ କହିଛନ୍ତି କି, ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଅନୁସାରେ ୧୦ ବର୍ଷର ସଜା ଓ ଧାରା ୬୬ ଅନୁସାରେ ୨୫ ବର୍ଷର ଜେଲ୍‌, ଆଜୀବନ ବା ପୁଣି ମୃତ୍ୟୁର ସଜା ହୋଇପାରେ। ସଞ୍ଜୟ ରାୟକୁ ବର୍ତ୍ତମାନ ଜେଲ୍‌ ପଠାଇ ଦିଆ ଯାଇଛି। ସୋମବାର ସିବିଆଇର ପ୍ରମାଣର ବିଶ୍ଳେଷଣ କରିବା ପରେ ସଜାର ଘୋଷଣା କରାଯିବ। ତାକୁ ଏବେ ଧାରା ୬୪ (ଦୁଷ୍କର୍ମ ) ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ନିଷ୍ପତ୍ତି ପରେ ରାୟକୁ କଡ଼ା ନିରୀକ୍ଷଣରେ କୋର୍ଟ ଗୃହରୁ ପ୍ରେସିଡେନ୍ସି ସୁଧାର ଗୃହ ନିଆଗଲା ଏବଂ ପୁଲିସ ସେଠାରେ ପ୍ରତୀକ୍ଷା କରୁଥିବା ମିଡ଼ିଆକର୍ମୀଙ୍କୁ ଦୋଷୀ ସହ କୌଣସି ପ୍ରକାରର କଥାବାର୍ତ୍ତା କରିବାରେ ରୋକା ଯାଇଛି। ମୃତକାଙ୍କ ମାତା-ପିତା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବା ନେଇ ବିଚାରପତିଙ୍କୁ ଧନ୍ୟବାଦ ଦେଇଛନ୍ତି। 

ମାମଲାର ଆରମ୍ଭରେ ଯାଞ୍ଚ କରୁଥିବା କୋଲକାତା ପୁଲିସ ୧୦ ଅଗଷ୍ଟରେ ରାୟକୁ ଗିରଫ କରିଥିଲା। ଏଥିରୁ ଗୋଟିଏ ଦିନ ପୂର୍ବରୁ ହିଁ ଚିକିତ୍ସକଙ୍କର ମୃତଦେହ ହସ୍ପିଟାଲର ସେମିନାର ରୁମ୍‌ରୁ ଉଦ୍ଧାର କରାଯାଇ ଥିଲା। ପରେ କୋଲକାତା ଉଚ୍ଚ ନ୍ୟାୟାଳୟ ମାମଲାକୁ ସିବିଆଇକୁ ପ୍ରଦାନ କରି ଥିଲେ। ଯାଞ୍ଚ ଏଜେନ୍ସି ଅଭିଯୁକ୍ତ ପାଇଁ ମୃତ୍ୟୁଦଣ୍ଡର ଦାବି କରିଥିଲା। ପ୍ରଶିକ୍ଷୁ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୨ ନଭେମ୍ୱରରେ ବନ୍ଦ ଗୃହରେ ଶୁଣାଣି ହୋଇଥିଲା ଏବଂ ୫୦ ଜଣ ସାକ୍ଷୀଙ୍କୁ ପଚାରପଚରି କରାଯାଇଛି। ଶୁଣାଣି ୯ ଜାନୁଆରୀରେ ସରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.