ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

କୋରାପୁଟ, ୧୧/୬ : କୋରାପୁଟ ସହର ଉପକଣ୍ଠସ୍ଥ ଲାଣ୍ଡିଗୁଡା ନୂଆଁ କଲୋନୀ ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ସକାଳୁ ଜଣେ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। ପୁଲିସ ଓ ଜିଆରପି ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି।

ସୂଚନାନୁଯାୟୀ, ମୃତ ଯବାନ ଜଣକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଧୃବରାଜ୍ ପ୍ରଧାନ। ସେ କୋରାପୁଟ ବିଏସଏଫ୍ କ୍ୟାମ୍ପରେ କାର୍ଯ୍ୟ କରୁଥିଲେ। ସୋମବାର ସନ୍ଧ୍ୟାରୁ ସେ ଅଫିସ୍ ର କୌଣସି କାର୍ଯ୍ୟରେ ଯାଇ ଆଉ ଫେରି ନଥିଲେ। ତାଙ୍କ ମୋବାଇଲ ମଧ୍ୟ ଅଫ୍ ଥିଲା। ଏନେଇ କତୃପକ୍ଷ କୋରାପୁଟ ଟାଉନ୍ ଥାନାକୁ ଅବଗତ କରାଇଥିଲେ। ପୁଲିସ ଏକ ନିଖୋଜ ମାମଲା କରି ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହରୁ ମୁଣ୍ଡ ଅଲଗା ହୋଇଯାଇଛି। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଓ ଜିଆରପି ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.