ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମୋଟା ଅଙ୍କର ଦରମା ପାଉଛନ୍ତି , ହେଲେ ମାସ ଶେଷକୁ ହାତ ଖାଲି ; ଆପଣାନ୍ତୁ ସେଭିଂର ଏହି ଫର୍ମୂଲା

Published By : Prameya | December 6, 2024 11:08 PM

ନୂଆଦିଲ୍ଲୀ : ଅମନଙ୍କର ମାସିକ ଦରମା ଲକ୍ଷେ ଟଙ୍କା, ଏହା ଏକ ଭଲ ଦରମା। ପରିବାର ମଧ୍ୟ ଛୋଟ। ତଥାପି ତାଙ୍କର କିଛି ଅର୍ଥ ସେଭିଂ ହେଉ ନାହିଁ। ଅମନ କୁହନ୍ତି କି, କେଉଁ ମାସରେ କିଛି ବଳି ଯାଏ, ତ ପୁଣି ଆସନ୍ତା ମାସରେ ଏହା ଠାରୁ ଅଧିକ ଖର୍ଚ୍ଚ ହୋଇଯାଏ। ଏଥିରେ କହିବାକୁ ଗଲେ ଦରମା ଭଲ ହେବା ସତ୍ତ୍ୱେ ହାତ ଖାଲି ହୁଏ।

ଅମନଙ୍କୁ ପ୍ରତି ମାସର ପ୍ରଥମ ତାରିଖକୁ ଦରମା ମିଳି ଯାଏ। କିନ୍ତୁ ମାସର ଶେଷରେ ପୁଣି ଦରମାକୁ ଅପେକ୍ଷା କରିବାକୁ ପଡ଼ିଥାଏ। ଅମନଙ୍କର ସମସ୍ୟା ଏହା କି, ସେ ବୁଝି ପାରନ୍ତି ନାହିଁ ପଇସା କୁଆଡେ ଖର୍ଚ୍ଚ ହୋଇ ଯାଏ। ପ୍ରତି ମାସରେ ସେ ଚାହାନ୍ତି କି, ଆସନ୍ତା ମାସରୁ ସେଭିଂ ଉପରେ ଫୋକସ କରିବେ, କିନ୍ତୁ ଏମିତି ହୋଇ ପାରେ ନାହିଁ।

ଏବେ ଅମନଙ୍କୁ କଣ କରିବା ଉଚିତ୍‌, ଯାହାକି ବିତ୍ତୀୟ ସ୍ତରରେ ସେ ଆତ୍ମନିର୍ଭରଶୀଳ ହେବେ, ଆଗାମୀ ଫ୍ୟୁଚର ପାଇଁ ପ୍ଲାନିଂ କରି ପାରିବେ। ଅମନଙ୍କୁ ନିଜର ଲକ୍ଷେ ଟଙ୍କାର ଦରମାରେ କେତେ ବଞ୍ଚାଇବା ଦରକାର ଏବଂ ଏହି ସେଭିଂ ରାଶିକୁ କେଉଁଠି ନିବେଶ କଲେ ମୋଟା ରିଟର୍ଣ୍ଣ ମିଳି ପାରିବ। 

ସୂଚନା ମୁତାବିକ ,ଅମନଙ୍କର ସାଲାରୀ ଭଲ ଅଛି। ସେ ସେଭିଂ ପାଇଁ ଗମ୍ଭୀର ଅଛନ୍ତି। ଏହି କ୍ରମରେ ସେ ୱେଲଥ୍‌ କ୍ରିଏଟ୍‌ କରିବାକୁ ଏହି ଫର୍ମୂଲାକୁ ଆପଣାଇ ପାରିବେ। ସର୍ବ ପ୍ରଥମେ ଅମନ ବଜେଟ ପ୍ରସ୍ତୁତ କରନ୍ତୁ, ନିଜର ଆୟ ଓ ଖର୍ଚ୍ଚର ଲିଷ୍ଟ ତିଆରି କରନ୍ତୁ। ଏଥିରେ ଆପଣଙ୍କୁ ଜଣାପଡ଼ିବ କି, ଆପଣଙ୍କ ପାଖରେ କେତେ ଟଙ୍କା ସେଭିଂ ପାଇଁ ଅଛି। 

କେଉଁଠି କରିବେ ନିବେଶ ? 

ଅମନଙ୍କୁ ନିଜର ଆୟର ଅତି କମ୍‌ରେ ୨୦ ପ୍ରତିଶତ ସେଭିଂ କରିବା ଉଚିତ୍‌। ଏଥିରେ ଆପଣଙ୍କୁ ଲମ୍ୱା ଅବଧିରେ ୱେଲଥ୍‌ କ୍ରିଏଟ୍ କରିବାରେ ସାହାଯ୍ୟ ମିଳିବ। ଏହି ରାଶିକୁ ଆପଣ ସେୟାର ବଜାର , ମ୍ୟୁଚୁଆଲ ଫଣ୍ଡ, ରିୟଲ ଏଷ୍ଟେଟ୍‌  ଓ ଗୋଲ୍ଡ ବଣ୍ଡ ସମେତ ଅନେକ ନିବେଶର ବିକଳ୍ପରେ ଲଗାଇ ପାରିବେ। ଯେଉଁ ଭଳି ଅମନଙ୍କର ବୟସ ଏବେ ୩୦ ପାଖାପାଖି , ଏଥିରେ ତାଙ୍କୁ ଫିକ୍ସଡ୍‌ ଡିପୋଜିଟ୍‌ ଭଳି ବିକଳ୍ପ ଉପରେ କମ୍‌ ଫୋକସ କରିବା ଉଚିତ୍‌ , କାରଣ ସେ ଯେଉଁଠି ଜବ୍‌ କରୁଛନ୍ତି , ସେଠାରେ ପିଏଫ୍‌ରେ କଣ୍ଟ୍ରିବ୍ୟୁସନ ହେଉଛି। ହେଲେ ସର୍ବଦା ଡାଇଭର୍ସିଫାଇ ପୋର୍ଟଫୋଲିଓରୁ ବିପଦ କମ୍‌ ଓ ରିଟର୍ଣ୍ଣ ଭଲ ମିଳିଥାଏ। 

ଲମ୍ୱା ଅବଧିର ନିବେଶ କରନ୍ତୁ – 

ନିବେଶ ସର୍ବଦା ଲମ୍ୱା ଅବଧି ପାଇଁ କରନ୍ତୁ। ଏଥିରେ ଆପଣଙ୍କୁ ସମୟ ସହ ନିଜର ନିବେଶ ଉପରେ ଭଲ ରିଟର୍ଣ୍ଣ ପ୍ରାପ୍ତ କରିବାରେ ମିଳିବ। ଆଜି ସମସ୍ତଙ୍କ ହାତରେ ମୋବାଇଲ ଅଛି, ଏଥିରେ ଯେବେ ବି ସମୟ ମିଳିବ ତ ରିଲ୍‌ ଦେଖିବା ପରିବର୍ତ୍ତେ ଫାଇନେନ୍ସ ସହ ଜଡ଼ିତ ଜିନିଷକୁ ପଢନ୍ତୁ। ଏହାସହ ଆପଣ ବିତ୍ତୀୟ ପରାମର୍ଶଦାତାଙ୍କର ମଧ୍ୟ ସାହାଯ୍ୟ ନେଇ ପାରିବେ ଯେ, କେମିତି ସେଭିଂ କରିବ ଏବଂ ଏହାକୁ କେଉଁଠି କେଉଁଠି ଲଗାନ୍ତୁ। 

ଆସନ୍ତୁ ଏକ ଉଦାହରଣରୁ ବୁଝିବା ...ଅମନଙ୍କୁ ବର୍ତ୍ତମାନ କଣ ଫର୍ମୂଲା ଆପଣାଇବା ଉଚିତ୍‌ ( ଦରମା ତାଙ୍କର ୧ଲକ୍ଷ ଟଙ୍କା) 

ଜରୁରୀ ଖର୍ଚ୍ଚ :  ୫୦ ପ୍ରତିଶତ ( ୫୦,୦୦୦ଟଙ୍କା)

ସେଭିଂ : ୨୦ ପ୍ରତିଶତ ( ୨୦,୦୦୦ଟଙ୍କା)

ନିବେଶ : ୧୫ପ୍ରତିଶତ ( ୧୫,୦୦୦ଟଙ୍କା)

ବୈକଳ୍ପିକ ଖର୍ଚ୍ଚ : ୧୦ ପ୍ରତିଶତ ( ୧୦,୦୦୦ଟଙ୍କା)

ଅନ୍ୟ : ୫ ପ୍ରତିଶତ ( ୫,୦୦୦ଟଙ୍କା) 

ଏବେ ଏହାକୁ ବିସ୍ତୃତରେ ବୁଝନ୍ତୁ ...

ଅମନଙ୍କୁ ୫୦ ପ୍ରତିଶତ ଜରୁରୀ କାମରେ ଖର୍ଚ୍ଚ କରିବା ଉଚିତ । ଯଦି ଭଡ଼ାରେ ରହୁଥାନ୍ତି ତ ରେଣ୍ଟ ରାଶି ୧୫ ପ୍ରତିଶତ ହେବା ଉଚିତ୍‌ , ଅର୍ଥାତ୍‌ ୧୫ ହଜାର ଟଙ୍କା । ଖାଦ୍ୟପେୟରେ ୧୦ ପ୍ରତିଶତ ଖର୍ଚ୍ଚ , ଅର୍ଥାତ୍‌ ରାଶନରେ ୧୦,୦୦୦ଟଙ୍କା । ଟ୍ରାନ୍ସପୋର୍ଟରେ ୫ ପ୍ରତିଶତ ଖର୍ଚ୍ଚ , ଅର୍ଥାତ୍‌ ୫୦୦୦ଟଙ୍କା । ବିଦ୍ୟୁତ୍‌ ସମେତ ଅନେକ ବିଲ୍‌ରେ ଖର୍ଚ୍ଚ ୫ ପ୍ରତିଶତ ଅର୍ଥାତ୍‌ ୫ ହଜାର ଟଙ୍କା । ଅନ୍ୟ ଜରୁରୀ ଖର୍ଚ୍ଚରେ ୧୫ ପ୍ରତିଶତ ରାଶି ଅର୍ଥାତ୍‌ ୧୫ହଜାର ଟଙ୍କା। 

ଏବେ ସେଭିଂର କଥା ଯଦି କହିବା ....

ଅମନଙ୍କୁ ଅତି କମ୍‌ରେ ଦରମାରୁ  ୨୦ ପ୍ରତିଶତ ରାଶି , ଅର୍ଥାତ୍‌ ୨୦ ହଜାର ଟଙ୍କା  ବଞ୍ଚାଇବା ଉଚିତ୍‌। ଯେଉଁଥିରେ ୫ ପ୍ରତିଶତ ଅର୍ଥାତ ୫ହଜାର ଟଙ୍କା ମାସକୁ ସେୟାର ବଜାରରେ ଲଗାଇବା ଉଚିତ୍‌। ମ୍ୟଚୁଆଲ ଫଣ୍ଡ ପ୍ରକି ମାସରେ ୫ ପ୍ରତିଶତ ରାଶି ଅର୍ଥାତ୍‌ ୫ହଜାର ଟଙ୍କାର ଏସ୍‌ଆଇପି କରିବା ଉଚିତ୍‌। ଏହା ବ୍ୟତୀତ ରିୟଲ ଏଷ୍ଟେଟ୍‌ରେ ୫ ପ୍ରତିଶତର ନିବେଶ କରିବା ଉଚିତ୍ , ଯେଉଁଠି ରିୟଲ ଏଷ୍ଟେଟ୍‌ ସହ ଜଡ଼ିତ ଇଟିଏଫ୍‌ରେ ମାସିକ ୫ହଜାର ଟଙ୍କା ଲଗାଇବା ଉଚିତ୍‌। 

ଅନ୍ୟ ୫ହଜାର ଟଙ୍କା ପ୍ରତି ମାସରେ ନିଜର ସେଭିଂ ଆକାଉଣ୍ଟରେ ରଖନ୍ତୁ। ଅମନ ୧୦ ପ୍ରତିଶତ ରାଶି ଅର୍ଥାତ୍‌ ୧୦ ହଜାର ଟଙ୍କା ବୈକଳ୍ପିକଖର୍ଚ୍ଚ କରି ପାରିବେ । ଯେଉଁଥିରେ ମନୋରଞ୍ଜନ , ଟ୍ରାଭେଲିଂ ଓ ଅନ୍ୟ ଖର୍ଚ୍ଚ। ମନୋରଞ୍ଜନରେ ୫ ପ୍ରତିଶତ ଅର୍ଥାତ୍‌ ୫ହଜାର ଟଙ୍କା । ଟ୍ରାଭେଲରେ ୩ ପ୍ରତିଶତ ଅର୍ଥାତ୍‌ ପାଖାପାଖି ୩ହଜାର ଟଙ୍କା । ଅନ୍ୟ ଖର୍ଚ୍ଚ ୨ ପ୍ରତିଶତ ଅର୍ଥାତ୍‌ ୨ହଜାର ଟଙ୍କା ମାସକୁ କରି ପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.