ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସ୍ନାନବେଦୀରେ ବିଜେ ଚତୁର୍ଦ୍ଧାମୂର୍ତ୍ତି; ଶୃଙ୍ଖଳିତ ଭାବେ ଅକ୍ଷତ ଗଲା ଟାହିଆ

Published By : Rasmita Pradhan | June 11, 2025 10:43 AM

ପୁରୀ, ୧୧/୬ : ପବିତ୍ର ଦିବ୍ୟ, ଭବ୍ୟ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ପହଣ୍ଡି ଲୀଳା କରି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥର ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଟାହିଆ ଅକ୍ଷତ ରହିଛି। ପୂର୍ବରୁ ଠାକୁରଙ୍କ ଟାହିଆ ଖୋଲାଯିବ ପରେ ଟଣାଓଟରା କରି ସେବକମାନେ ନେଇ ଯାଉଥିବା ନଜିର ରହିଛି। କିନ୍ତୁ ଏଥର ସ୍ନାନଯାତ୍ରାରେ ଏଥିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପୂର୍ବାହ୍ନ ୯ଟା ୩୮ରେ ସ୍ନାନମଣ୍ଡପରୁ ଅକ୍ଷତ ଅବସ୍ଥାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ୨ଟି ଟାହିଆ ଶୃଙ୍ଖଳିତ ଭାବେ ଅକ୍ଷତ ଅବସ୍ଥାରେ ଫେରିଛି। ଟାହିଆକୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ନିଆଯାଇଛି।

ରତ୍ନବେଦୀ ଛାଡ଼ି ଭାଇ, ଭଉଣୀଙ୍କ ସହ ସ୍ନାନବେଦୀରେ ବିଜେ ହୋଇଛନ୍ତି ମହାପ୍ରଭୁ । ଧନୀ, ଗରିବ, ତପୀ, ପାପୀ, ଜାତି ଅଜାତିର ବାଛ ବିଚାର ନାହିଁ । ପତିତର ଦୁଃଖ ନିବାରଣ ପାଇଁ ବାହୁ ପ୍ରସାରି ଭକ୍ତଙ୍କୁ କୋଳେଇ ନେଇଛନ୍ତି ଭାବଗ୍ରାହୀ । ଜଗତକର୍ତ୍ତାଙ୍କୁ ସ୍ନାନବେଦୀରେ ଭକ୍ତ ଦର୍ଶନ କରିଛନ୍ତି । ଠାକୁରେ ମଧ୍ୟ ସେମାନଙ୍କୁ ଅପଲକ ନୟନରେ ଅଭୟ ପ୍ରଦାନ କରିଛନ୍ତି । ଦାରୁବ୍ରହ୍ମଙ୍କୁ ୧୦୮ କଳସୀ ସୁନା କୂଅ ଜଳ ଲାଗି ହେବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଜାନନ ବେଶରେ ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହେବେ ଭକ୍ତ । ମର୍ତ୍ତ୍ୟମଣ୍ଡଳରେ ମଣିମାଙ୍କ ଏହି ଦିବ୍ୟଲୀଳା ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ସନ୍ଧ୍ୟା ସାଢେ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.