ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମାଟ୍ରିକ୍ ପରୀକ୍ଷାରେ କମ୍ ନମ୍ବର ଆସିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ବେତନଟୀ, ୨୬/୫ : ମାଟ୍ରିକ୍‌ ପରୀକ୍ଷାରେ କମ୍ ନମ୍ଵର ଆସିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ବେତନଟୀ ବ୍ଲକ ଆମ୍ବଗଡିଆ ପଞ୍ଚାୟତ ଅଧୀନ ଅଙ୍ଗାରଗଡିଆସ୍ଥିତ ଦୀନବନ୍ଧୁ ହାଇସ୍କୁଲର ଜଣେ ଛାତ୍ର ରବିବାର ମାଟ୍ରିକ୍ ରେଜଲ୍ଟ ବାହାରିବା ପରେ ଘାସମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଛାତ୍ର ଜଣଙ୍କ ଘର ଆମ୍ବଗଡିଆ ପଞ୍ଚାୟତ ଅଧୀନ ପୁରୁଣାପାଣି ଗ୍ରାମରେ ହୋଇଥିବା ବେଳେ ସେ ମାମୁଁଘର ନିକଟସ୍ଥ ବାଲେଶ୍ୱର ଜିଲ୍ଲା ଜାମୁନିଆରେ ରହି ପାଠ ପଢୁଥିଲେ। ରବିବାର ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ର ଜଣଙ୍କ ୨୪୨ନମ୍ବର ରଖିଥିଲେ। ସେ ଅଧିକ ନମ୍ଵର ଆଶା ରଖିଥିଲେ। ଆଶାତୀତ ଭାବରେ ଯଥେଷ୍ଟ କମ୍ ଆସିବାରୁ ସେ ବିଚଳିତ ହେବା ସହିତ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ। ଘରେ ଥିବା ଘାସମରା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଛାତ୍ରଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମାଟ୍ରିକ୍ ପରୀକ୍ଷାରେ କମ୍ ନମ୍ବର ଆସିବାରୁ ଚାପଗ୍ରସ୍ତ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.